
ଯୋଡ଼ା– ସୀମାନ୍ତ ଖଣି କ୍ଷେତ୍ର ବଲାଣି ଅଞ୍ଚଳର ସାଂସ୍କୃତିକ ଅନୁଷ୍ଠାନ ବଲାଣି ୟଙ୍ଗ ମେନ ଆସୋସିଏସନ୍(ବାୟମା) ପକ୍ଷରୁ ରବୀନ୍ଦ୍ର ନାଥ ଠାକୁର ଛକ ଠାରେ କବି ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ଜନ୍ମ ଜୟନ୍ତୀ ପ୍ରାତଃ ୯ଟାରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଣି ଖଣିର ମୁଖ୍ୟ ମହାପ୍ରବନ୍ଧକ ଜୟଦେବ ଚଟ୍ଟୋପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଇସ୍ପାତ ମହିଳା ସମିତିର ଅଧ୍ୟକ୍ଷା କାକୋଳି ଚାଟାର୍ଜୀ, ଖଣିର ଓର ପ୍ରୋସେସିଂ ପ୍ଲାଣ୍ଟର ମହାପ୍ରବନ୍ଧକ ବି.ଡି ନାଏକ, ମହାପ୍ରବନ୍ଧକ(ଓପିପି) ସମରେନ୍ଦ୍ର ପଟ୍ଟନାୟକ, ବଲାଣି ଖଣି ପ୍ରବନ୍ଧକ ଉମେଶ ଭାସ୍କର, ପରିବେଶ ବିଭାଗର ମୁଖ୍ୟ ଆର୍.କେ ଜେନା, ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ସଇଫଉଦ୍ଦିନ ଲସ୍କର, ଉପମହାପ୍ରବନ୍ଧଜ ଖଣି ସଞ୍ଜୟ କୁମାର ଦେଓ, ଜିଓଲୋଜି ବିଭାଗର ମୁଖ୍ୟ ଆର ପି ମଣ୍ଡଳ, ବିତ୍ତ ବିଭାଗର ସହ ପ୍ରବନ୍ଧକ ନିର୍ମଳ ଚନ୍ଦ୍ର ଦାସ, ସହ ପ୍ରବନ୍ଧକ କାର୍ମିକ ମହମ୍ମଦ ଆହାଦ ରାଇ ପ୍ରମୁଖ ଯୋଗ ଦେଇଥିଲେ । ସର୍ବପ୍ରଥମେ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ କବି ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାକାର୍ଯ୍ୟରେ ମୁଖ୍ୟ ଅତିଥି ଶ୍ରୀ ଚଟ୍ଟୋପାଧ୍ୟାୟ କବି ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ପରେ । ଅନୁଷ୍ଠାନର ସଭାପତି ଦିଲ୍ଲୀପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ କୁନ୍ଦନ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ବତନ ଉପସଭାପତି ସୁବ୍ରତ ଭଟ୍ଟାଚାର୍ଜୀ, ସମ୍ପାଦକ ପିନାକୀ ତ୍ରିପାଠୀ, ସହ ସମ୍ପାଦକ ପ୍ରସୁନ ନାଗ,କୋଷାଧ୍ୟକ୍ଷ ସଂଜୀବ ଗାଙ୍ଗୁଲି, ପ୍ରଶାନ୍ତ ରୋୟ,ସିଧୁ କୁଂକଲ, କିଶୋର ଦାସ, ରତନ କୁମାର ବାନାର୍ଜୀ, ପ୍ରସାଦ ଭଟ୍ଟାଚାର୍ଜୀ, ଶୁବାଶିଷ ମୁଖାର୍ଜୀ, ଅଭିଳାଶ କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।