
ନୂଆଦିଲ୍ଲୀ-ଚଳିତ ବର୍ଷ ମେ 27 ତାରିଖରେ କେରଳ ଛୁଇଁପାରେ ମୌସୁମୀ । ଭାରତ ପାଣିପାଗ ବିଭାଗ ଶନିବାର କହିଛି ଯେ, ଚଳିତ ବର୍ଷ କେରଳ ମୌସୁମୀ ମେ 27ରେ ପ୍ରବେଶ କରିବାକୁ ଯାଉଛି । ଗତ ବର୍ଷ ମେ 30ରେ କେରଳ ଛୁଇଁଥିଲା ମୌସୁମୀ ।
ଶନିବାର ଦିନପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗକୁ ବଢିବାର ଆରମ୍ଭ କେରଳରେ ବର୍ଷା ଋତୁର ସହିତ ହୁଏ। ଯେପରି ବର୍ଷା ଉତ୍ତର ଦିଗକୁ ବଢ଼େ, ଲୋକେ ଗ୍ରୀଷ୍ମରୁ ଆରାମ ପାଆନ୍ତି । ସାଧାରଣତଃ ଦକ୍ଷିଣ-ପଶ୍ଚିମ ବର୍ଷା 1 ଜୁନ କେରଳକୁ ପହଞ୍ଚିଥାଏ ।