
ଭୁବନେଶ୍ୱର– ଚଳନ୍ତା ଟ୍ରେନ ଭିତରେ କିମ୍ବା ଷ୍ଟେସନ ପରିସରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ପୋଲିସକୁ ସୂଚନାଦେବାକୁ ରାଜ୍ୟ ପୋଲିସ ପକ୍ଷରୁ ଅପିଲ କରାଯାଇଛି ।
ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି ଯେ, ‘ଭାରତ ସରକାରଙ୍କ ପକ୍ଷରୁ ଚାଲିଛି ଅପରେସନ୍ ସିନ୍ଦୂର ଓ ଜାରି ହୋଇଛି ହାଇ ଆଲର୍ଟ।ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଜନ ସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ରାଜ୍ୟ ପୋଲିସ ପକ୍ଷରୁ ଦିନରାତି ଚାଲିଛି ପାଟ୍ରୋଲିଂ’।
ରାଜ୍ୟ ପୋଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ, ‘ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ସାମ୍ନା କରିବାକୁ ରେଳ ଷ୍ଟେସନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ହୋଇଛି କଡାକଡି। ଷ୍ଟେସନର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ମୁତୟନ ହୋଇଛନ୍ତି ସଶସ୍ତ୍ର ଫୋର୍ସ । ପ୍ଲାଟଫର୍ମ ସମେତ ସବୁ ଟ୍ରେନର କୋଚରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଟିକିନିଖି କରାଯାଉଛି ଯାଞ୍ଚ ।ଚଳନ୍ତା ଟ୍ରେନ ଭିତରେ କିମ୍ବା ଷ୍ଟେସନ ପରିସରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ। ଜନ ସାଧାରଣଙ୍କ ସୁରକ୍ଷା, ଆମର ପ୍ରାଥମିକତା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।