
-
ସେଲଫି ପ୍ରତିଯୋଗିତାର ବିଜେତାମାନଙ୍କୁ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ
ଭୁବନେଶ୍ୱର ,ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେ ୧୧ ରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ମଦର୍ସ ଡେ ଦିବସକୁ ଉତ୍ସବ ଭାବରେ ପାଳନ ନ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।ଏହି ପରିପ୍ରେକ୍ଷୀରେ ବଛା ଯାଇଥିବା ଶ୍ରେଷ୍ଠ ଓ ହୃଦୟସ୍ପର୍ଶୀ ସେଲଫି ଓ ବାର୍ତ୍ତାକୁ ଆଗାମୀ ସୁଭଦ୍ରା ମଞ୍ଚରେ ପୁରସ୍କୃତ କରାଯିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।