
ଗଂଜାମ– ବ୍ରହ୍ମପୁର ଚିନ୍ମୟ ମିଶନ୍ ବ୍ରହ୍ମପୁର ଆନୁକୁଲ୍ୟରେ ବସନ୍ତ ବିହାର ୨ୟ ଗଳିସ୍ଥିତ ଚିନ୍ମୟ ମିଶନ୍ ଆଶ୍ରମରେ ଗୁରୁଦେବ ସ୍ବାମୀ ଚିନ୍ମୟାନନ୍ଦଜୀଙ୍କର ୧୦୯ତମ ଜନ୍ମୋତ୍ସବ ମହା ଆଡ଼ମ୍ବରରେ ମିଶନ ମୁଖ୍ୟ ସ୍ୱାମୀ ସଦାଶିବାନାଣ୍ଡାଜୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସଙ୍କର୍ଷଣ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗୁରୁଦେଵଙ୍କ ସହ ତାଙ୍କର ବ୍ୟକ୍ତିଗତ ଅନୁଭୁତିକୁ ଅନ୍ୟମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ । ସେହିପରି ଅନ୍ୟତମ ଅତିଥି ଡ଼.ତାରାପ୍ରସାଦ ଦାସ ସ୍ୱାଧ୍ୟାୟ ଓ ସାଧନା ଉପରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ମହିମାନ୍ବିତ କରିଥିଲା ଚିନ୍ମୟ ମିଶନ୍ ଚେନ୍ନାଇର ଅନ୍ଯତମ ଆଚାର୍ଯ୍ୟ ଆନନ୍ଦ ଚୈତନ୍ୟଙ୍କର ଏକ ଭିଡିଓ ବାର୍ତ୍ତା ଯାହାକି ଯୁଦ୍ଧ ସମୟରେ ସେନାବାହିନୀ ପ୍ରତି ଭକ୍ତମାନଙ୍କର କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ ଥିଲା। ଚିନ୍ମୟ ମିଶନ୍ ର ଆଚାର୍ଯ୍ୟ ସ୍ଵାମୀ ସଦାଶିବାନନ୍ଦଜୀ ଗୁରୁଦେବଙ୍କ ଜିବନୀ ଓ ସମାଜ ପ୍ରତି ଧର୍ମ, ଆଧ୍ୟାତ୍ମିକତା, ଦେଶଭକ୍ତି, ଶିକ୍ଷା ତଥା ସମାଜ ପ୍ରତି ଅବଦାନ ବିଷୟରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମିଶନର ଚେୟାରମ୍ଯାନ ପୁରୁଷୋତ୍ତମ ଦାସ, ଉପସଭାପତି ଶ୍ରୀମତୀ ଶରିତା ଶତପଥୀ, କୋଷାଧ୍ୟକ୍ଷ ଅଖିଳ କୁମାର ପାତ୍ର, ସହ ସମ୍ପାଦକ ଶ୍ରୀମତୀ ଗୀତାଞ୍ଜଳି ସାହୁ, ବରିଷ୍ଠ ସଦସ୍ୟ ବିପ୍ରଚରଣ ମହାକୁଡ଼, ଶ୍ରୀମତୀ ଅନିମା ପାଢ଼ୀ,ପ୍ରତାପ କୁମାର ପାଢ଼ୀ, ପବିତ୍ର ମୋହନ ପଣ୍ଡା, ଶ୍ରୀମତୀ ରଶ୍ମିତା ପାଢ଼ୀ, ଶ୍ରୀମତୀ ମହାଲକ୍ଷ୍ମୀ ସାହୁ, ରିନାରାଣୀ ପଣ୍ଡା ଏବଂ ଯୁବ କେନ୍ଦ୍ରର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।
ଶେଷରେ ଧନ୍ୟବାଦ ଅର୍ପଣ, ଶାନ୍ତିପାଠ ଓ ପ୍ରସାଦ ସେବନ ସହିତ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।