
ନୂଆଦିଲ୍ଲୀ– କେନ୍ଦ୍ର ଗୃହ ମନ୍ତ୍ରାଳୟ ଭାରତ-ପାକିସ୍ତାନ ମଧରେ ବଢୁଥିବା ବିବାଦକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟ ସଚିବ ଓ ପ୍ରଶାସକଙ୍କୁ ପତ୍ର ଲେଖିଛନ୍ତି ।
କେନ୍ଦ୍ରର ଚିଠିରେ ମୁଖ୍ୟ ସଚିବ ଓ ପ୍ରଶାସକଙ୍କୁ ଯୁଦ୍ଧ କିମ୍ବା ଯୁଦ୍ଧ ପରି ସ୍ଥିତିରେ ଆବଶ୍ୟକୀୟ ଉପାୟ ଓ କୁଶଳ କ୍ରିୟାନ୍ୱୟନ ପାଇଁ ନାଗରିକଙ୍କ ପାଇଁ ନାଗରିକ ସୁରକ୍ଷା ନିୟମ ଅନ୍ତର୍ଗତ ଜରୁରୀକାଳୀନ ଶକ୍ତିର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।