
ସାଲେପୁର– ମାହାଙ୍ଗା ବ୍ଲକର କୁଆଁପାଳସ୍ଥିତ ଜବାହରଲାଲ ନେହେରୁ ମହାବିଦ୍ୟାଳୟ ମୁଖ୍ୟ ପ୍ରବେଶ ପଥରେ ଥିବା ତୋରଣରେ ଇଂରାଜୀ ଭାଷାରେ ମହାବିଦ୍ୟାଳୟର ନାମ ଲେଖାଯାଇଥିଲା । ଯାହାକି ଓଡିଆ ସରକାରୀ ଭାଷା ଆଇନକୁ ସଂପୂର୍ଣ୍ଣ ଉଲଘଂନ କରୁଛି । ଉପରୋକ୍ତ ସମସ୍ୟାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟର ନାମ ମୁଖ୍ୟ ଫାଟକରେ ଓଡିଆ ଭାଷାରେ ଲେଖିବା ପାଇଁ ମାହାଙ୍ଗା ବ୍ଲକ ଗୋପାଳପୁର ଅଂଚଳର ଯୁବ ସମାଜସେବୀ ବିକ୍ରମ ନାଥ ଓଡିଶା ଉଚ୍ଚ ଶିକ୍ଷା ବିଭାଗ ଅଭିଯୋଗ ଆଇ.ଡି. ଡି.ଇପିଟ୨୦୨୫୧୧୭୮୭୧୫ ରେ ତା. ୨୯.୦୪.୨୦୨୫ ରିଖରେ ଅଭିଯୋଗ କରିଥିଲେ । ଏହାର ଶୁଣାଣୀ କରାଯାଇ ମହାବିଦ୍ୟାଳୟ ଫାଟକରେ ଓଡିଆ ଭାଷାରେ ଜବହରଲାଲ ନେହେରୁ ମହାବିଦ୍ୟାଳୟ ବନବିହାର ଅଳିଯୋଡା କୁଆଁପାଳ, କଟକ ଲେଖାଯାଇଥିବା ଦେଖିବାକୁ ମିଳିଛି । ଯାହା ବିକ୍ରମ ନାଥଙ୍କ ଉଦ୍ୟମରେ ସମ୍ଭବ ହୋଇଥିଲା ବୋଲି ସାଧାରଣରେ ଆଲୋଚନା ହେଉଛି ।