
ଭୁବନେଶ୍ୱର – ଭାରତ-ପାକିସ୍ତାନ ବିବାଦ ଭିତରେ ରାଜ୍ୟକୁ ଫେରିଛନ୍ତି ଓଡ଼ିଶାର ଲୋକେ । ଦିଲ୍ଲୀରୁ ଓଡିଶା ଫେରିଥିବା ଯାତ୍ରୀ କହିଛନ୍ତି ଯେ, ଏବେ ନିଜକୁ ରିଲାକ୍ସ ଫିଲ ହେଉଛି। ଦିଲ୍ଲୀ ଓ ଭୁବନେଶ୍ୱର ଏୟାରପୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଓଡିଶା ପହଂଚିଗଲା ମାତ୍ରେ ଶାନ୍ତି ଲାଗୁଛି।
ଆମେରିକାରୁ ସିଧା ଓଡିଶା ଆସିଲି। ଯୁଦ୍ଧ ସ୍ଥିତି ଦେଖି ଭୟଭୀତ ଥିଲି। ୯ ଘଂଟା ଫ୍ଲାଇଟ ଡିଲେ ପରେ ବମ୍ବେ ଏବଂ ପରେ ଭୁବନେଶ୍ୱର ପଂହଁଚିଲି। ସବୁ ଏୟରପୋର୍ଟ ଫାଙ୍କା ଅଛି। ଶୀଘ୍ର ଏ ଯୁଦ୍ଧ ସ୍ଥିତି ଟଳି ଯାଉ, ଲୋକେ ଭଲରେ ରୁହନ୍ତୁ ବୋଲି ସେ କାମନା କରିଛନ୍ତି ।