
ଶ୍ରୀନଗର– ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ଗୁଳିକାଣ୍ଡ ଜାରି ରଖିଛି । ପାକିସ୍ତାନ ସେନା ଆଜି ଭୋର ସମୟରେ କୁପୱାଡା, ବାରମୂଳା, ଉରି ଓ ଅଖନୁର ଅଂଚଳରେ ନିୟନ୍ତ୍ରଣ ରେଖାରେ ସୀମା ସେପଟୁ ଗୁଳି କରିଛି । ସୈନ୍ୟ ଅଧିକାରୀଙ୍କ ଅନୁସାରେ ମେ 7 ଓ 8ରାତିରେ ପାକିସ୍ତାନୀ ସେନା ଚୌକିରୁ ଜମ୍ମୂ କଶ୍ମୀରର କୁପୱାଡା, ବାରମୂଳା, ଉରି ଓ ଅଖନୁର ଅଂଚଳରେ ନିୟନ୍ତ୍ରଣେ ରେଖା ସେପଟୁ ଅସ୍ତ୍ରଶସ୍ତ୍ର ଓ ତୋପରେ ଗୁଳି କରାଯାଇଥିଲା । ଭାରତୀୟ ସେନା ଏହାର ଉଚିତ ଜବାବ ଦେଇଛନ୍ତି ।
ଜମ୍ମୁ କଶ୍ମୀରର ଅଧିକାରୀଙ୍କ ମୁତାବକ ପାକିସ୍ତାନ ବିଳମ୍ବିତ ରାତିରେ କରନାହ ଅଂଚଳରେ ଗୁଳି ଓ ମୋର୍ଟର ମାଡ କରିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ଅପରେସନ ସିନ୍ଦୂର ପରେ ପାକିସ୍ତାନ ସେନା ଗୁଳିକାଣ୍ଡ କରିବା ପରେ ବୁଧବାର କରନାହରେ ଅଧିକାଂଶ ନାଗରିକ ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି ।