
ରାମବନ– ଜମ୍ମୁ କଶ୍ମୀରର ରାମବନରେ ଭୂସ୍ଖଳନ କାରଣରୁ ଜମ୍ମୁ କଶ୍ମୀର ଜାତୀୟ ରାଜପଥ ବନ୍ଦ ରହିଛି । ଅଧିକାରୀଙ୍କ ଅନୁସାରେ, ଚମ୍ବା ସେରୀ, ରାମବନରେ ବର୍ଷା ଓ ଭୂସ୍ଖଳନ କାରଣୁ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥର ଦୁଇ ପାର୍ଶ୍ୱରେ ଗାଡିମୋଟର ଅଟକି ରହିଛି । ରାସ୍ତାରୁ ମାଟି ହଟାଯାଉଛି । ପାଗରେ ସୁଧାର ନଆସିବା ଯାଏ ଏବଂ ରାସ୍ତା ସଫା ନହେବା ଯାଏ ଜାତୀୟ ରାଜପଥରେ ଯାତ୍ରା ନକରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି ।