
ଭୁବନେଶ୍ୱର– ଭାରତ ପାକିସ୍ତାନ ବିବାଦର ଗୋଟିଏ ସମାଧାନ ହେଲା ଯୁଦ୍ଧ । ତାଙ୍କର ମାନସିକତା କେବେ ବି ବଦଳିବ ନାହିଁ । ପୃଥିବୀ ପୃଷ୍ଠରୁ ପାକିସ୍ତାନ ଭୂଗୋଳରୁ ଲିଭିଯିବ ଆଉ ଇତିହାସ ପାଲଟିଯିବ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସେ କହିଛନ୍ତି ଯେ, ଏଇଟା ପ୍ରକୃଷ୍ଟ ସମୟ । ଏହାର ସଦୁପଯୋଗ କରାଯିବା ଦରକାର । ଯୁଦ୍ଧ ହେଲେ 48 ଘଣ୍ଟାରେ ସଫା ହୋଇଯିବ ପାକିସ୍ତାନ । ପ୍ରତି କଥାର ଉତ୍ତର ଯୁଦ୍ଧ ନୁହଁ । ଅନେକ ପ୍ରଭାବ ପଡିବ । ମୋ ଜନ୍ମ ଯୁଦ୍ଧ ପାଇଁ । ମୁଁ ଲଢିବା ପାଇଁ ପ୍ରସ୍ତୁତ । ମୋ ଶରୀର କେତେ ସାଥ ଦେବ ଜାଣିନି କିନ୍ତୁ ମାନସିକ ଭାବେ ମୁଁ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।