
filter: 0; fileterIntensity: 0.0; filterMask: 0; captureOrientation: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; delta:null; module: photo;hw-remosaic: false;touch: (-1.0, -1.0);sceneMode: 8;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: null;temperature: 38;
କନ୍ଧମାଳ– ବିଶ୍ବ ରେଡକ୍ରସ୍ ଦିବସ ପାଳନ ଅବସରରେ ଫୁଲବାଣୀରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀରେ କନ୍ଧମାଳ ଜିଲ୍ଲାପାଳ ସଦ୍ଭାବନା ସଭାଗୃହରେ ଏକ ସଭାର ଆୟୋଜନ କରାଯାଇଥିଲା। କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, କୁଶଳ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଅନ୍ଯତମ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କନ୍ଧମାଳ ଶମ୍ଭୁନାଥ ନନ୍ଦୀ, ଫୁଲବାଣୀ ଉପଜିଲ୍ଲାପାଳ ଭିକାରୀ ସାହୁ ପ୍ରମୁଖ ଯୋଗଦେଇ ରେଡକ୍ରସ୍ ର ପ୍ରାରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଜନ ସେବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଆପାତକାଳୀନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ୍ ସମ୍ପାଦକ ରଞ୍ଜନ କୁମାର ମାର୍ଥା ସଭାକୁ ପରିଚାଳନା କରିଥିଲେ ।
ଏହି ଅବସରରେ ଚଳିତ ବର୍ଷ ଜିଲ୍ଲା ରେଡକ୍ରସ୍ କୁ ସର୍ବାଧିକ ଆର୍ଥିକ ଅନୁଦାନ ପ୍ରଦାନ କରିଥିବା ଜିଲ୍ଲା ବେସାମରିକ ଖାଉଟି ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ରଙ୍କୁ ପ୍ରଥମ ପୁରସ୍କାର, ଜିଲ୍ଲା ଅବକାରୀ ଅଧିକ୍ଷକ ସୁଶାନ୍ତ କୁମାର ପାଢୀଙ୍କୁ ଦ୍ବିତୀୟ ଏବଂ ଜିଲ୍ଲା ଜୁଡିସିଆଲ ଅଧିକାରୀ ଅନୁପମ ଆଚାର୍ଯ୍ୟଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପରେ ସେଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଯୋଗାଣ ଅଧିକାରୀ ଜ୍ଞାନେନ୍ଦ୍ରୀୟ ମିଶ୍ର, ଫୁଲବାଣୀ ବିଡିଓ ସୌମ୍ୟରଞ୍ଜନ ପାତ୍ର, ଫୁଲବାଣୀ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ସମେତ ଅନେକ ନୂତନ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ । ଶିବିରରେ ଫୁଲବାଣୀର ବରିଷ୍ଠ ରକ୍ତଦାତା ତଥା ସମାଜସେବୀ ପ୍ରଶାନ୍ତ କୁମାର ବେହେରା, ଫୁଲବାଣୀ ରକ୍ତଭଣ୍ଡାର ଅଧିକାରୀ ଡ. ଜୟଦୀପ ଘୋଷଙ୍କ ପରିଚାଳନାରେ ରକ୍ତଭଣ୍ଡାର କର୍ମଚାରୀ ସୁଜିତ କୁମାର ସାହୁ, ପ୍ରଶାନ୍ତ କୁମାର ରତ୍ନାଲୁ, ରଶ୍ମିତା ନାୟକ ଓ ବରୁଣ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟକୁ ସମ୍ପାଦନ କରିଥିଲେ। ଏହି ଶିବିରରେ ସମୁଦାୟ ୬୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। କନ୍ଧମାଳ ସିଡିଏମଓ ତୁଷାରକାନ୍ତ ସାମଲଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜିଲ୍ଲା ଜୁନିୟର ରେଡକ୍ରସ୍ ର କର୍ମକର୍ତ୍ତା ମାନେ ସ୍ଥାନୀୟ ସତ୍ଯସାଇ ହାଇସ୍କୁଲରେ ବିଶ୍ବ ରେଡକ୍ରସ୍ ଦିବସ ପାଳନ କରିଥିଲେ।