
ଭୁବନେଶ୍ୱର– ଛୁଟି ଘୋଷଣା ସ୍ଵତେ ଖୋଳୁଛି କିଛି ସ୍କୁଲ । କଡ଼ା ଆକ୍ସନ ପାଇଁ ଚିଠି ଲେଖିଲା ଗଣଶିକ୍ଷା ବିଭାଗ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲଗୁଡିକୁ ତାଗିଦ କରାଯାଇଛି । ଖରାକୁ ନଜର ରଖି ସ୍କୁଲ ବନ୍ଦ ପାଇଁ ସରକାର ନିର୍ଦେଶ ଦେବା ପରେ ବି କିଛି ସ୍କୁଲ ତାହାକୁ ଉଲଂଘନ କରିବା କାରଣରୁ ବିଭାଗର ନଜରକୁ ଆସିଥିବା ଚିଠିରେ ଉଲ୍ଲେଖ ରହିଛି । ସେଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏହା ଉପରେ ତୀକ୍ଷ୍ଣ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।