ଭୁବନେଶ୍ୱର- ଏଣିକି ୬ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହିଥିବା ଶିକ୍ଷା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅନ୍ୟତ୍ର ବଦଳି କରାଯିବ । ଏଥିନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ଡ଼ିଇଓ, ବିଇଓଙ୍କ ସମେତ ସେମାନଙ୍କ ଅଫିସରେ କାର୍ଯ୍ୟ କରୁଥିବା କିରାଣୀ ମାନଙ୍କୁ ମଧ୍ୟ ବଦଳି କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି ।
ଲୋକସେବା ଭବନ ଠାରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଆଗାମୀ ଦିନରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ କ୍ଷେତ୍ରରେ ଏହି ଗାଇଡ଼୍ ଲାଇନକୁ ଲାଗୁ କରିବା ନେଇ ବିଚାର ବିମର୍ଶ ଜାରୀ ରହିଛି । ସେ ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତି ନିଆଯିବ । ଆଗାମୀ ଶିକ୍ଷା ବର୍ଷ ଆରମ୍ଭରେ ଏହି ଗାଇଡ଼୍ ଲାଇନକୁ କାର୍ଯ୍ୟକାରୀ କରାଯିବ ।