
ଭୁବନେଶ୍ୱର– କମ ଦିନରେ ଅଧିକ ଟଙ୍କାର ଲୋଭ ଦେଖାଇ, ସର୍ବଶାନ୍ତ କରି ଦେଉଛନ୍ତି ସାଇବର ଠକ I ମାର୍ଚ୍ଚ ମାସରେ ଟେଲିଗ୍ରାମ ଲିଙ୍କ ପାଇବା ପରେ, କିଛି ଟଙ୍କା ଇନଭେଷ୍ଟମେଣ୍ଟ କରି, ଟଙ୍କା ଫେରସ୍ତ ପାଇଥିଲେ I ହେଲେ ଠକମାନେ ତାଙ୍କୁ ମୋଟା ଟଙ୍କା ଲଗାଇ ଦୁଇ ଡବଲ ନେବାକୁ କହିଥିଲେ I ତେବେ ଯୁବକ ଜଣକ ୭ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ କରିବା ପରେ, ସର୍ବସ୍ୱ ଲୁଟି ନେଇଥିଲେ ଅଭିଯୁକ୍ତ I ତେବେ ଏନେଇ ସାଇବର ଥାନାରେ ଅଭିଯୋଗ ପରେ, ଖୋଳତାଡ଼ ଆରମ୍ଭ କରିଥିଲା ସାଇବର ଥାନା I ନୟାଗଡ଼ରୁ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି I