
କୋଲକାତା– ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାର କଡ଼ା ଜବବ ଦେଇଛି ଭାରତ । ଆକ୍ରମଣର ୧୫ ଦିନ ମଧ୍ୟରେ ଭାରତୀୟ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର ସ୍ଥିତ ଆତଙ୍କବାଦୀଙ୍କ ୯ଟି ଆଡ୍ଡାକୁ ମିଶାଇଲ୍ ଆକ୍ରମଣରେ ଧ୍ୱସ୍ତ କରିଛି । ଭାରତର ଏହି ପାଲଟା କାର୍ଯ୍ୟାନୁଷ୍ଠାନ ପରେ ଉତର ବଙ୍ଗାଲର ଭାରତ – ବାଙ୍ଗଲାଦେଶ ସୀମାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି । ସୀମା ସୁରକ୍ଷା ବଳ (ବିଏସଏଫ) ବର୍ତମାନ ପୂର୍ବ ଠାରୁ ଅଧିକ ସତର୍କତା ଅବଲମ୍ବନ କରୁଛି । ଏବଂ ଜବାନ ମୁତୟନ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯାଇଛି ।
ଉତର ବଙ୍ଗାଲର ୯୩୬ କି.ମି. ଦୀର୍ଘ ଆନ୍ତର୍ଜାତିକ ସୀମା ବାଙ୍ଗଲାଦେଶ ବ୍ୟତୀତ ନେପାଳ ଏବଂ ଭୁଟାନ ସୀମାକୁ ମଧ୍ୟ ଲାଗିଛି । ଏସବୁ ଅଂଚଳରେ ପୂର୍ବରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିଲା । କିନ୍ତୁ, ଏବେ ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖାଯାଉଛି । ଇଣ୍ଡୋ-ନେପାଳ ସୀମା ନିକଟରେ ଏସଏସବିର ମୁତୟନକୁ ମଧ୍ୟ ବୃଦ୍ଧି କରାଯାଇଛି । ବିଶେଷ କରି ପାନିଟଙ୍କୀ ଏବଂ ଚିକେନ ନେକ ଭଳି ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।