
ବ୍ରହ୍ମପୁର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ ରେ ଆସିଛନ୍ତି l ମୁଖ୍ୟମନ୍ତ୍ରୀ ଦିନ 11ରେ ତାରାତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲପେଡ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମଦିର ରେ ପହଞ୍ଚି ମାଙ୍କ ଦର୍ଶନ କରିଵା ସହ ପୂଜାର୍ଚନା କରିଥିଲେ l ମାଙ୍କ ଦର୍ଶନ ପରେ ପରମ ସୌଭାଗ୍ୟ ହେଲା ମାଆ ଙ୍କୁ ଦର୍ଶନ କରିଲି ଓ ବିକଶିତ, ସମୃଦ୍ଧ ଓଡିଶା ପାଇଁ ପ୍ରାର୍ଥନା କରିଲି, ଲୋକଙ୍କ ବିକାଶ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି l ଏହା ସହ ମାଆଙ୍କ ପୀଠ ର ଉନ୍ନତି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଏହି ଅବସରରେ କହିଛନ୍ତି l ମୁଖ୍ୟମନ୍ତ୍ରୀ ଙ୍କ ମନ୍ଦିର ଦର୍ଶନ ସମୟରେ ଜିଲ୍ଲା ର ବହୁ ବିଧାୟକଙ୍କ ସମେତ ଆସିକା ସାଂସଦ ଉପସ୍ଥିତ ଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଗସ୍କୁ ଦୃଷ୍ଟି ରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା l ସେପଟେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ମାଙ୍କ ପୀଠ କୁ ଆସି ଦର୍ଶନ କରିଥିବା ବେଳେ ପୂଜକ ମାନେ ପୀଠ ରେ ଥିବା ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ମନ୍ତ୍ରୀ ଙ୍କୁ ଜଣାଇଥିବା ମଦିର ମୁଖ୍ୟ ପୂଜକ ବାପୁଜୀ ରଣା କହିଛନ୍ତି l ମୁଖ୍ୟମନ୍ତ୍ରୀ ଙ୍କ ସହ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମନ୍ତ୍ରୀ ଗୋକୁଲା ନନ୍ଦ ମଲ୍ଲିକ, ଜିଲ୍ଲାପାଳ ଦିବ୍ୟ ଯୋତି ପରିଡ଼ା ଓ ଜିଲ୍ଲାର ବହୁ ବିଧାୟକ ନେତା କର୍ମୀ ଉପସ୍ଥିତ ଥିଲେ l