
ଭୁବନେଶ୍ୱର ,ଭାରତରେ ବୃତିିଗତ ଶିକ୍ଷାକୁ ରୂପାନ୍ତରିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI)ର ଉନ୍ନତିକରଣ ଏବଂ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନାକୁ ଅନୁମୋଦନ କରାଯାଇଛି । ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ର ଉନ୍ନତିକରଣ ଏବଂ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର (NCOE) ପ୍ରତିଷ୍ଠା ପାଇଁ ଜାତୀୟ ଯୋଜନାକୁ ୨୦୨୪-୨୫ ବଜେଟ୍ ଏବଂ ୨୦୨୫-୨୬ ବଜେଟ୍ ଅନ୍ତର୍ଗତ ଘୋଷିତ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଭାବରେ କାର୍ଯ୍ୟକାରୀ କରାଯିବ ଯାହାର ବ୍ୟୟବରାଦ ୬୦,୦୦୦ କୋଟି ଟଙ୍କା (କେନ୍ଦ୍ରୀୟ ଅଂଶ: ୩୦,୦୦୦ କୋଟି ଟଙ୍କା, ରାଜ୍ୟ ଅଂଶ: ୨୦,୦୦୦ କୋଟି ଟଙ୍କା ଏବଂ ଶିଳ୍ପ ଅଂଶ: ୧୦,୦୦୦ କୋଟି ଟଙ୍କା) ହେବ । ଏସୀୟ ବିକାଶ ବ୍ୟାଙ୍କ ଏବଂ ବିଶ୍ୱ ବ୍ୟାଙ୍କ କେନ୍ଦ୍ରୀୟ ଅଂଶର ୫୦% ପରିମାଣକୁ ସମାନ ଭାବରେ ଭାଗ କରିବେ ।
ଏହି ଯୋଜନାରେ ହବ୍ ଏବଂ ସ୍ପୋକ୍ ବ୍ୟବସ୍ଥା ଅଧୀନରେ ୧,୦୦୦ ସରକାରୀ ଓଞଓ ଗୁଡ଼ିକର ଉନ୍ନତିକରଣ ଉପରେ ଧ୍ୟାନ ଦିଆଯିବ, ଶିଳ୍ପ ପ୍ରାସଙ୍ଗିକ ପାଠ୍ୟକ୍ରମକୁ ପୁନଃନିର୍ମାଣ ଏବଂ ୫ଟି ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (NSTI)ର କ୍ଷମତା ବୃଦ୍ଧି କରାଯିବ, ଯେଉଁଥିରେ ଏହି ପ୍ରତିଷ୍ଠାନ ଗୁଡ଼ିକରେ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ ।
ଏହି ଯୋଜନାର ଲକ୍ଷ୍ୟ ହେଉଛି ରାଜ୍ୟ ସରକାର ଏବଂ ଶିଳ୍ପ ସହଯୋଗରେ କାର୍ଯ୍ୟକରୁଥିବା ଓଞଓ ଗୁଡ଼ିକୁ ସରକାରୀ ମାଲିକାନା, ଶିଳ୍ପ-ପରିଚାଳିତ ଦକ୍ଷତା ଆକାଂକ୍ଷୀ ପ୍ରତିଷ୍ଠାନ ଭାବରେ ପ୍ରତିଷ୍ଠା କରିବା । ଆଗାମୀ ୫ ବର୍ଷ ମଧ୍ୟରେ, ଶିଳ୍ପର ମାନବ ସମ୍ବଳ ଆବଶ୍ୟକତା ପୂରଣ କରୁଥିବା ପାଠ୍ୟକ୍ରମ ମାଧ୍ୟମରେ ଦେଶର ୨୦ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷ କରାଯିବ । ଏହି ଯୋଜନା ସ୍ଥାନୀୟ ଶ୍ରମଶକ୍ତି ଯୋଗାଣ ଏବଂ ଶିଳ୍ପ ଚାହିଦା ମଧ୍ୟରେ ମେଳ ଖାଉଥିବା ଉପରେ ଧ୍ୟାନ ଦେବ, ଯାହାଦ୍ୱାରା ଏମ୍ଏସଏମଇ ସମେତ ବୃହତ ଶିଳ୍ପକୁ ନିଯୁକ୍ତି ପାଇଁ ପ୍ରସ୍ତୁତ କୁଶଳୀ ଶ୍ରମଶକ୍ତି ପାଖରେ ପହଂଚିବା ସହଜ ହେବ ।
ବିଶେଷକରି ଭିତିଭୂମି ରକ୍ଷଣାବେକ୍ଷଣ, କ୍ଷମତା ବିସ୍ତାର ଏବଂ ପୁଞ୍ଜିବିନଯୋଗ ନୂତନ ଯୁଗର ବାଣିଜ୍ୟ ପ୍ରଚଳନ ପାଇଁ ବର୍ଦ୍ଧିତ ନିବେଶ ଆବଶ୍ୟକତା ପରିପ୍ରେକ୍ଷୀରେ, ଅତୀତରେ ବିଭିନ୍ନ ଯୋଜନା ଅଧୀନରେ ପ୍ରଦାନ କରାଯାଇଥିବା ଆର୍ôଥକ ସହାୟତା ITI ଗୁଡ଼ିକର ପୂର୍ଣ୍ଣ ଉନ୍ନତିକରଣ ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ନଥିଲା । ଏହାକୁ ସମାଧାନ କରିବା ପାଇଁ, ପ୍ରସ୍ତାବିତ ଯୋଜନା ଅଧୀନରେ ଏକ ଆବଶ୍ୟକତା-ଭିତିକ ନିବେଶ ବ୍ୟବସ୍ଥା କରାଯାଇଛି, ଯାହା ପ୍ରତ୍ୟେକ ପ୍ରତିଷ୍ଠାନର ନିର୍ଦ୍ଦିଷ୍ଟ ଭିତ୍ତିଭୂମି, କ୍ଷମତା ଏବଂ ବ୍ୟବସାୟିକ ଆବଶ୍ୟକତା ଉପରେ ଆଧାର କରି ପାଣ୍ଠିକୁ ଆବନ୍ଟିତ କରି ନିୟୋଜିତ କରିପାରିବ । ପ୍ରଥମ ଥର ପାଇଁ, ଏହି ଆଇଟିଆଇ ଅପଗ୍ରେଡେସନର ଯୋଜନା ଏବଂ ପରିଚାଳନାରେ ସ୍ଥାୟୀ ଭିତିରେ ଶିଳ୍ପ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛି । ଏହି ଯୋଜନା ଫଳାଫଳ-ଭିତ୍ତିକ କାର୍ଯ୍ୟାନ୍ୱୟନ ରଣନୀତି ପାଇଁ ଏକ ଶିଳ୍ପ-ନେତୃତ୍ୱାଧୀନ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ (SPV) ମଡେଲ ଗ୍ରହଣ କରିବ, ଯାହା ଏହାକୁ ITI ଇକୋସିଷ୍ଟମରେ ସଂସ୍କାର ପାଇଁ ପୂର୍ବ ପ୍ରୟାସଠାରୁ ଭିନ୍ନ କରିବ ।
ଏହି ଯୋଜନା ଅଧୀନରେ, ପ୍ରଶିକ୍ଷକମାନଙ୍କ ତାଲିମ (ToT) ସୁବିଧା ପାଇଁ ୫ଟି ଜାତୀୟ ଦକ୍ଷତା ତାଲିମ ପ୍ରତିଷ୍ଠାନ (NSTI) ରେ ଭିତ୍ତିଭୂମିକୁ ଉନ୍ନତ କରାଯିବ । ଏହି ପ୍ରତିଷ୍ଠାନଗୁଡ଼ିକ ଭୁବନେଶ୍ୱର, ଚେନ୍ନାଇ, ହାଇଦ୍ରାବାଦ, କାନପୁର ଏବଂ ଲୁଧିଆନାରେ ଅବସ୍ଥିତ । ଏହା ସହିତ, ୫୦,୦୦୦ ପ୍ରଶିକ୍ଷକଙ୍କୁ ପ୍ରାକ୍-ସେବା ଏବଂ ସେବା ମଧ୍ୟରେ ତାଲିମ ପ୍ରଦାନ କରାଯିବ ।
ଭିତିଭୂମି, ପାଠ୍ୟକ୍ରମର ପ୍ରାସଙ୍ଗିକତା, ନିଯୁକ୍ତିଯୋଗ୍ୟତା ଏବଂ ବୃତ୍ତିଗତ ତାଲିମର ଧାରଣାରେ ଦୀର୍ଘକାଳୀନ ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରି, ଏହି ଯୋଜନାର ଲକ୍ଷ୍ୟ ହେଉଛି ଦକ୍ଷ ମାନବସମ୍ବଳର ଆବଶ୍ୟକତା ପୂରଣ କରିବାରେ ITI ଗୁଡ଼ିକୁ ସର୍ବାଗ୍ରେ ରଖିବା, ଯାହା ଦେଶର ଏକ ବିଶ୍ୱସ୍ତରୀୟ ଉତ୍ପାଦନ ଏବଂ ନବସୃଜନ ସୁପରପାୱାର ହେବା ଯାତ୍ରା ସହିତ ସମାନ । ଏହା ଶିଳ୍ପର ଚାହିଦା ଅନୁଯାୟୀ ଦକ୍ଷ ମାନବା ସମ୍ବଳ ପ୍ରସ୍ତୁତ କରିବ, ଏହାଦ୍ୱାରା ଇଲେକ୍ଟ୍ରୋନିକ୍ସ, ଅଟୋମୋଟିଭ୍ ଏବଂ ନବୀକରଣୀୟ ଶକ୍ତି ଭଳି ଉଚ୍ଚ-ବିକାଶ କ୍ଷେତ୍ରଗୁଡ଼ିକରେ ଦକ୍ଷତା ଅଭାବକୁ ପୂରଣ କରିବ । ସଂକ୍ଷେପରେ, ପ୍ରସ୍ତାବିତ ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ବିକଶିତ ଭାରତର ଦୃଷ୍ଟିକୋଣ ସହିତ ସମନ୍ୱିତ, ଯାହା ବର୍ତମାନ ଏବଂ ଭବିଷ୍ୟତର ଶିଳ୍ପ ଆବଶ୍ୟକତା ପୂରଣ କରିବା ପାଇଁ ଦକ୍ଷତା ବିକାଶକୁ ଏକ ପ୍ରମୁଖ ଦକ୍ଷତା ପ୍ରଦାନକାରୀ ଭାବରେ ଗ୍ରହଣ କରିବ ।
ଭାରତ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ହେବା ପାଇଁ ତା’ର ମହତ୍ୱାକାଂକ୍ଷୀ ଯାତ୍ରାରେ ଥିବା ହେତୁ, ବୃତିିଗତ ଶିକ୍ଷା ଏବଂ ତାଲିମ ଆର୍ôଥକ ଅଭିବୃଦ୍ଧି ଏବଂ ଉତ୍ପାଦକତାର ଏକ ପ୍ରମୁଖ ବାହକ ହୋଇପାରିବ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITIs) ୧୯୫୦ ଦଶକରୁ ଭାରତରେ ବୃତିଗତ ଶିକ୍ଷା ଏବଂ ତାଲିମର ମୁଖ୍ୟ ଆଧାର ହୋଇଆସିଛି । ଯଦିଓ ୨୦୧୪ ପରଠାରୁ ଦେଶରେ ITI ନେଟୱାର୍କ ପ୍ରାୟ ୪୭% ବୃଦ୍ଧି ପାଇଛି, ୧୪.୪୦ ଲକ୍ଷ ନାମଲେଖା ସହିତ ୧୪,୬୧୫ ରେ ପହଂଚିଛି, ITI ମାଧ୍ୟମରେ ବୃତିଗତ ତାଲିମ ପାଇଁ ଆକାଂକ୍ଷା କମ୍ ରହିଛି ଏବଂ ଏହାର ଭିତିିଭୂମି ଏବଂ ମୂଲ୍ୟ ଉନ୍ନତ କରିବା ପାଇଁ ବ୍ୟବସ୍ଥିତ ହସ୍ତକ୍ଷେପର ଅଭାବ ମଧ୍ୟ ରହିଛି ।
ଯଦିଓ ଅତୀତରେ ITI ଗୁଡ଼ିକର ଉନ୍ନତିକରଣକୁ ସମର୍ଥନ କରିବା ପାଇଁ ଯୋଜନା ହୋଇଛି, ଏହା ହୁଏତ ଗତ ଦଶନ୍ଧିର କ୍ରମବର୍ଦ୍ଧିଷ୍ଣୁ ପ୍ରୟାସକୁ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଞଓ ଗୁଡ଼ିକୁ ପୁନଃକଳ୍ପନା କରିବା ପାଇଁ ବିସ୍ତାର କରିବାର ସର୍ବୋତମ ସମୟ । ଏହା ଶିଳ୍ପ ଆବଶ୍ୟକତା ସହିତ ପାଠ୍ୟକ୍ରମ ବିଷୟବସ୍ତୁ ଏବଂ ଡିଜାଇନକୁ ସାମିଲ କରେ, ଯାହା ଦ୍ୱାରା ଏକ ଦକ୍ଷ ଶ୍ରମଶକ୍ତିର ଆଧାର ସୃଷ୍ଟି ହୋଇପାରିବ ଯାହା ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରମୁଖ କ୍ଷମତା ପ୍ରଦାନକାରୀମାନଙ୍କ ମଧ୍ୟରୁ ଗୋଟିଏ ହେବ ।
ଓଡିଶାର ଯୁବବର୍ଗଙ୍କ ମଧ୍ୟରେ ଦକ୍ଷତା ବିକାଶ ପ୍ରତି ବିଶେଷ ଗୁରୁତ୍ୱ ଦେଇ ଭୁବେନଶ୍ୱର ଠାରେ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଅର୍ଥ ବ୍ୟୟବରାଦ କରାଯାଇଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ, ମୁଁ ନମ୍ରତାର ସହ ଧନ୍ୟବାଦ ଜଣାଉଛି । ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଠା ଯୋଗୁଁ ଆଜି ଆମ ରାଜ୍ୟ ଦକ୍ଷତା ବିକାଶ କ୍ଷେତ୍ରରେ ସମଗ୍ର ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହେଉଛି । ତାଙ୍କର କ୍ରମାଗତ ଉଦ୍ୟମ ଯୋଗୁଁ ଓଡିଶାର ଯୁବପିଢି ଦେଶ ବିଦେଶରେ ନିଜର ଦକ୍ଷତା ପ୍ରଦର୍ଶନ କରିବାରେ ସଫଳ ହୋଇପାରୁଛନ୍ତି । ସେଥିପାଇଁ ମାନ୍ୟବର କେନ୍ଦ ଶିକ୍ଷା ମନ୍ତ୍ରୀଙ୍କୁ ଅନେକ ଅନେକ ସାଧୁବାଦ । ତାଙ୍କରି ପ୍ରଚେଷ୍ଟା ଯୋଗୁଁ ଭୁବନେଶ୍ୱର ଠାରେ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି । ଏହାଦ୍ୱାରା ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଉପକୃତ ହୋଇପାରିବେ ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟୀ ସମ୍ପନ୍ନ ନେତୃତ୍ୱରେ ଯେତେବେଳେ ଓଡ଼ିଶା ଭାରତର ଦକ୍ଷତା ରାଜଧାନୀ ହେବାକୁ ଅଗ୍ରସର ହେଉଛି, କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଏହି ଅର୍ଥ ଓଡିଶାର ଯୁବବର୍ଗଙ୍କ ମଧ୍ୟରେ ନବସୃଜନ, ଆତ୍ମନିର୍ଭରଶୀଳତା ଏବଂ ଯୁବ-ନେତୃତ୍ୱାଧୀନ ପ୍ରଗତି ପାଇଁ ବାଟ ଫିଟାଇବାରେ ସହାୟକ ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡିଆ ଯୁବପିଢି ପାଇଁ ଦେଖିଥିବା ସ୍ୱପ୍ନ ମଧ୍ୟ ପୂରଣ ହୋଇପାରିବ । ଆମ ରାଜ୍ୟରେ ଏବେ ପ୍ରତିଭା ସୁଯୋଗ ପାଇବ ଏବଂ ପ୍ରତ୍ୟେକ ଯୁବକ ଯୁବତୀ ନିଜ ନିଜ ଭାଗ୍ୟର ଜଣେ ଜଣେ ସ୍ଥପତି ହୋଇପାରିବେ ।