
ନୂଆଦିଲ୍ଲୀ– ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୁଦ୍ଧରେ ଦେଶରେ ସୃଷ୍ଟି ହୋଇଥିବା କ୍ରୋଧ ଓ ଦୁଃଖ ଆଜି ସକାଳେ ନୂଆ ଉତ୍ସାହ ରୂପରେ ଦେଖିବାକୁ ମିଳିଥିଲା । ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପାକିସ୍ତାନ ବିରୁଦ୍ଧରେ ଅଧରାତି ପରେ କରାଯାଇଥିବା ବାୟୁସେନାର ଅପରେସନ ସିନ୍ଦୁରକୁ ଶୁଣି ଲୋକଙ୍କୁ କିଛିଟା ଶାନ୍ତି ମିଳିଛି । ଆକ୍ରମଣରେ ନିଜ ପରିଜନଙ୍କୁ ହରାଇଥିବା ଲୋକେ ପ୍ରତିଶୋଧ ପାଇଁ ଭାରତୀୟ ସେନାକୁ ସଲାମ କରି ପିଏମ ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଏହି ଆକ୍ରମଣରେ ଜୀବନ ହାରାଇଥିବା କରନାଲ (ହରିୟାଣା) ର ବିନୟ ନରୱାଲଙ୍କ ମାଆ ଆଶା, ଛଳ ଛଳ ଆଖିରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି। ସେ ପ୍ରତିଶୋଧ ନେଇଛନ୍ତି। ମୁଁ ତାଙ୍କ ସହିତ ଅଛି, ଜନତା ଓ ଆମ ସମସ୍ତ ପରିବାର ତାଙ୍କ ସହିତ ଅଛି। ମୁଁ ସେନା ଯବାନମାନଙ୍କୁ ବାର୍ତ୍ତା ଦେବାକୁ ଚାହେଁ, ସେମାନେ ଏପରି ଭାବରେ ଆଗକୁ ବଢ଼ୁନ୍ତୁ ଓ ପ୍ରତିଶୋଧ ନିଅନ୍ତୁଯାହାଦ୍ୱାରା ଏପରି ଘଟଣା ପୁଣି ହେବ ନାହିଁ।”