
ଶ୍ରୀନଗର– ପହଲଗାମ ଆକ୍ରମଣ ପରେ ଭାରତ ଲଗାଇଥିବା ଦଣ୍ଡାତ୍ମକ କୂଟନୀତି ଉପାୟାରେ ଉତ୍ତକ୍ତ ପାକିସ୍ତାନ ଲଗାତର ଭାବେ ଜମ୍ମୁ କଶ୍ମୀରରେ ଅସ୍ତ୍ର ବିରତିର ଉଲ୍ଲଂଘନ କରୁଛି । ଭାରତୀୟ ସେନାର ଶୀର୍ଷ ଅଧିକାରୀଙ୍କ ଅନୁସାରେ ଏହି କ୍ରମରେ ପ୍ରଥମ ଥର ପାକିସ୍ତାନ ସେନା ତୋପଖାନାରୁ ଗୁଳି କରି ନିର୍ଦ୍ଦୋଷଙ୍କ ରକ୍ତ ବୁହାଇଛନ୍ତି ।
ଭାରତୀୟ ସେନାର ଏହି ଅଧିକାରୀଙ୍କ ଅନୁସାରେ ମେ 6 ଋ 7 ରାତିରେ ପାକିସ୍ତାନର ସେନା ଗୁଳିକାଣ୍ଡ କରିଛି । ଜମ୍ମୁ କଶ୍ମୀର ସାମ୍ନା ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମା ପାର ଚୌକରୁ ତୋପଖାନାରୁ ଅନ୍ଧାଧୁନିଆ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ତିନି ନିର୍ଦ୍ଦୋଷ ନାଗରିକଙ୍କ ଜୀବନ ଯାଇଛି । ଭାରତୀୟ ସେନା ଉଚିତ ଭାବେ ଜବାବ୍ ଦେଇଛି ।
ପ୍ରତିରକ୍ଷା ସୂତ୍ର ଅନୁସାରେ ଭାରତୀୟ ସେନା ସଂଘର୍ଷ ବିରାମ ଉଲ୍ଲଂଘନର ପ୍ରଭାବୀ ଢଙ୍ଗରେ ଜବାବ ଦେଇଛି । ଭାରତୀୟର କଡା ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନ ସେନାକୁ ବିପୁଳ କ୍ଷତି ହୋଇଛି । ସ୍ଥିତିକୁ ନଜର ରଖି ଜମ୍ମୁ, ସାମ୍ବା, କଠୁଆ, ରାଜୌରୀ ଓ ପୁଂଛରେ ସମସ୍ତ ସ୍କୁଲ କଲେଜ ଓ ଶୈକ୍ଷଣିକ ସଂସ୍ଥାନ ଆଜି ବନ୍ଦ ରହିବ ।