
ନୂଆଦିଲ୍ଲୀ-ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିୟୋ କହିଛନ୍ତି ଯେ, ସେ ଭାରତ ଓ ପାକିସ୍ତାନ ସ୍ଥିତି ଉପରେ ନିକଟରୁ ନଜର ରଖିଛନ୍ତି । ସୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ଟିପ୍ପଣୀକୁ ଦୋହରାଇଛନ୍ତି ଯେଉଁଥିରେ ଏହି ବିବାଦର ଶୀଘ୍ର ଶାନ୍ତିପୂର୍ବତକ ସମାପ୍ତ ହେବାର ଆଶା ପ୍ରକାଶ କରାଯାଇଥିଲା । ବୈଦେଶିକ ମନ୍ତ୍ରୀ ରୁବିୟା କହିଛନ୍ତି ଯେ, ଆମେରିକା ଦୁଇ ଦେଶର ନେତୃତ୍ୱଙ୍କ ସହ ଆଲୋଚନା କରି ଶାନ୍ତି ଦିଗରେ ପ୍ରୟାସ କରୁଛି ।