ନୂଆଦିଲ୍ଲୀ, ଭାରତ ଦ୍ୱାରା ପାକିସ୍ତାନର 9ଟି ଆତଙ୍କବାଦୀ ଠିକଣା ଉପରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଆକ୍ରମଣ ପରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନାର ପ୍ରଭାବ ବିମାନ ସେବା ଉପରେ ବି ଦେଖିବାକୁ ମିଳିଛି । ସୁରକ୍ଷା କାରଣରୁ ଦେଶର କିଛି ଏୟାରପୋର୍ଟରୁ ଉଡାଣ ସେନା ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି । ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ସ୍ପାଇସଜେଟ ପରି ପ୍ରମୁଖ ବିମାନ କଂପାନୀ ନିଜ ନିଜ ବୟାନ ଜାରି କରି ଯାତ୍ରୀଙ୍କୁ ସତର୍କ ରହିବାକୁ ଓ ଅପଡେଟ ରହିବାକୁ ପରାମର୍ଶ ଦେଇଛନ୍ତି ।
ଏୟାର ଇଣ୍ଡିଆ ଏକ ବୟାନରେ କହିଛି ଯେ, ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ ଓ ରାଜକୋଟରୁ ମେ 7 ତାରିଖ 12ଟା ଯାଏ ସମସ୍ତ ଉଡାଣକୁ ରଦ୍ଦ କରିଦିଆଯାଇଛି । କଂପାନୀ କହିଛି ଯେ, ଏହି ନିଷ୍ପତ୍ତି ସ୍ଥାନୀୟ ଅଧିକାରୀଙ୍କ ଠାରୁ ଆଗାମୀ ନିର୍ଦ୍ଦେଶ ମିଳିବା ଯାଏ ନିଆଯାଇଛି ।
Related Stories
May 7, 2025