
ନୂଆଦିଲ୍ଲୀ– ଭାରତ ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁହଁତୋଡ ଜବାବ ଦେଇ ମଙ୍ଗଳବାର ଅଧରାତି ପରେ ପାକିସ୍ତାନ ଓ ପାକିସ୍ତାନ ଅଧୀନରେ ଥିବା କଶ୍ମୀରରେ ଥିବେ 9ଟି ଆତଙ୍କବାଦୀ ଠିକଣାରେ ମିସାଇଲ୍ ଆଟାକ କରିଛି । ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ଅପରେସନ ସିନ୍ଦୁର ନାମ ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରାଳୟ ଏହାକୁ ଏକ ସୁନିୟୋଜିତ, ସନ୍ତୁଳିତ ଓ ସୀମିତ ଜବାବ କାର୍ଯ୍ୟାନୁଷ୍ଠାନ କହିଛି । ଯାହାର ଉଦ୍ଦେଶ୍ୟ ହେଉଛି ଆତଙ୍କବାଦ କେନ୍ଦ୍ରକୁ ଶେଷ କରିବା ।
ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଏହି ଅପରେସନ ସଂପୂର୍ଣ୍ଣ ଭାବେ ସେହି ଠିକଣା ଉପରେ କେନ୍ଦ୍ରିତ ଥିଲା, ଯେଉଁଠାରୁ ଭାରତ ବିରୁଦ୍ଧରେ ଆତଙ୍କବାଦୀ ଗତିବିଧିର ଯୋଜନା କରାଯାଉଥିଲା । ଆକ୍ରମଣ ସାବଧାନପୂର୍ବକ ବଛାଯାଇଥିବା ଲକ୍ଷ୍ୟ ଉପରେ କରାଯାଇଥିଲା ଏବଂ ଏହି ସମୟରେ ପାକିସ୍ତାନୀ ସେନାର କୌଣସି ବି ଆଡ୍ଡାକୁ ଟାର୍ଗେଟ କରାଯାଇନାହିଁ ।
ଏହି କାର୍ଯ୍ୟାନୁଷ୍ଠାନ ପହଲଗାମ ଆକ୍ରମଣ 15ଦିନ ପରେ କରାଯାଇଛି । ଭାରତ ସରକାର ଏହି ଆକ୍ରମଣକାରୀକୁ କଡା ବାତ୍ତା ଦେଇ କହିଛନ୍ତି ଏଭଳି ପ୍ରତି ଆକ୍ରମଣର ଜବାବ କଡା ଓ ନିର୍ଣ୍ଣାୟକ ହେବ ।