ଭୁବନେଶ୍ୱର- ଚୀନ୍ ଫେରନ୍ତା ଫୁଲବାଣୀର ଡ଼ାକ୍ତରୀ ଛାତ୍ରଙ୍କ ରକ୍ତ ନମୂନା ରିପୋର୍ଟ ହସ୍ତଗତ ହୋଇଛି । ଏଥିରେ କରୋନାର କୌଣସି ଭୂତାଣୁ ନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସମ୍ପୃକ୍ତ ଡ଼ାକ୍ତରୀ ଛାତ୍ର ସନ୍ଦେହରୁ ମୁକ୍ତ ହୋଇଛନ୍ତି ବୋଲି ଡ଼ିଏମଇଟି ଡ଼. ସି. ବିକେ ମହାନ୍ତି ପ୍ରକାଶ କରିଛନ୍ତି ।ସେ କହିଛନ୍ତି ଯେ, ୬ଟି ରକ୍ତନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । ତନ୍ମଧ୍ୟରେ ୫ଟି ନେଗେଟିଭ୍ ରିପୋର୍ଟ ଆସିଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ରିପୋର୍ଟ ଆସିନାହିଁ ।
ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ