
ଭୁବନେଶ୍ୱର– ଅପରେସନ ସିନ୍ଦୂରକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବର ଦିନ । ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ପ୍ରତିଶୋଧ ନେଇ ଆତଙ୍କୀବାଦ ଆଡ୍ଡା ଉଡାଯାଇଛି । ଏହା ଭାରତ ସେନାର ପାରଦର୍ଶିତା ବିଶ୍ୱରେ ଜଣାଯାଇଛି । ଗୋଟେ ଭାରତୀୟକୁ ହାତ ଉଠାଇଲେ, ସାରା ଦେଶ ଜବାବ ଦେବ । ଅପରେସନ ସିନ୍ଦୁର ନାଁ ଅର୍ଥ ଆତଙ୍କୀବାଦୀ ଯେଉଁ ଭାରତୀୟ ମହିଳାଙ୍କ ସିନ୍ଦୁର ଲିଭାଇଥିଲେ, ତାହାର ଜବାବ । ଏହା ସାମଗ୍ରିକ ଭାବେ ନାରୀ ଶକ୍ତି ଓ ସଶକ୍ତ ମିଲିଟାରୀ ଅପରେସନ । ଯେଉଁଥିରେ କୌଣସି ସାଧାରଣ ନାଗରିକ ମରିନାହାନ୍ତି । ଯାହା ଅନ୍ୟ କୌଣସି ଦେଶ କରିନି । ସାମରିକଦକ୍ଷତାର ପରିଚୟ ଆସିଛି । ବିଶ୍ୱ ଚକିତ ଓ ଆନନ୍ଦିତ କାରଣ ଆତଙ୍କବାଦ ଉପରେ ପାଲଟା ଆକ୍ରମଣ ଭାରତ କରିଛି । ଭାରତର ପ୍ରତିପତ୍ତି ବଢିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।