
ଭୁବନେଶ୍ୱର– ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ନାମକୁ ନେଇ ବିବାଦ ପ୍ରସଙ୍ଗ ରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ,ରିପୋର୍ଟ ଦୁଇ ଦିନ ତଳେ ଆସିଛି । ମୁଖ୍ୟମନ୍ତ୍ରୀଙ୍କୁ ସବୁ କଥା ଅବଗତ କରାଯାଇଛି । ସେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ଯେ ଯେମିତି ଓଡ଼ିଶାର ଭଲ ସମ୍ପର୍କ ଅଛି ପଶ୍ଚିମ ବଙ୍ଗ ସହ, ତାହା ସେମିତି ରହୁ । ତେଣୁ ଜଗନ୍ନାଥ ଧାମ ନାଁ ପରିବର୍ତନ କରି ମନ୍ଦିର ଲେଖିବାକୁ ସେ ଅନୁରୋଧ କରିଛନ୍ତି । ପଶ୍ଚିମବଙ୍ଗ ସରକାର ସକାରାତ୍ମକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ନ ହେଲେ ଆମେ ଆଗାମୀ ପଦକ୍ଷେପ ନେବୁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।