
ଭୁବନେଶ୍ୱର– ଉଦଘାଟିତ ହୋଇଛି ସୁଭଦ୍ରା ଶକ୍ତି କାଫେ । ଭୁବନେଶ୍ୱର ସ୍ଥିତ ପ୍ରାକୃତିକ ଉଦ୍ୟାନ ଆନନ୍ଦ ବନ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାଫେ ଉଦଘାଟନ କରିଛନ୍ତି। କାଫେ କରିଥିବା ମହିଳା ମାନେ 10 ଲକ୍ଷ ଋଣ ନେଇ ଏହି କାଫେ ଆରମ୍ଭ କରିଛନ୍ତି। ସୁଭଦ୍ରା ମହିଳାଙ୍କୁ ସଶକ୍ତ କରୁଛି। ଉଦ୍ୟୋଗପତି ଆଡ଼କୁ ମହିଳା ମାନେ ଆଗ୍ରସର ହେଉଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆନନ୍ଦ ବନରେ ପୂର୍ବରୁ ଗୋଟେ କାଫେ ଥିବା ବେଳେ ଆଉ ଏକ କାଫେ ଆରମ୍ଭ ହୋଇଛି। ଏହି କାଫେରେ ମିଲେଟରୁ ପ୍ରସ୍ତୁତ ଓ ପୋଷଣ ଯୁକ୍ତ ଖାଦ୍ୟ ଗ୍ରାହକଙ୍କୁ ବା ପର୍ଯ୍ୟଟକଙ୍କୁ ପ୍ରଦାନ କରାଯିବ । ଆନନ୍ଦବନରେ 2 ଟି କାଫେ ମିଶନଶକ୍ତି କାଫେ, ସୁଭଦ୍ରା କାଫେ, କୋରାପୁଟ କଫି , ଓରମାସର ଷ୍ଟଲ ରହିଛି।