
ଭୁବନେଶ୍ୱର– ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ଜରୁରୀକାଳୀନ ପରିସ୍ଥିତିରେ ସଚେତନ ଓ ସୁରକ୍ଷା ପ୍ରଦାନ ପାଇଁ ମକ୍ଡ୍ରିଲ୍ କରାଯାଉଛି। ଆଜି ଓଡ଼ିଶାର ୧୨ ଜିଲାରେ ଏହି ମକ୍ଡ୍ରିଲ କରାଯିବ। ଅପରାହ୍ଣ ୪ଟାରେ ନିର୍ଦ୍ଧାରିତ ଜିଲାରେ ସାଇରନ ବାଜିବ। ୫ ମିନିଟ୍ ଧରି ସାଇରନ ବାଜିବା ମାତ୍ରେ ଲୋକେ ସୁରକ୍ଷିତ ସ୍ଥାନକୁ କିପରି ଯିବେ ତାହାର ମକ୍ଡ୍ରିଲ୍ ଅନୁଷ୍ଠିତ ହେବ।