
ଭୁବନେଶ୍ୱର ,ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ବ୍ୟୟ ପ୍ରଦାନକାରୀ ଅଧିକାରୀ (ଡିଡିଓ) ମାନଙ୍କ ପାଇଁ କର୍ମଚାରୀ ଭଭିଷ୍ୟନିଧି ପାଣ୍ଠି (ଇପିଏଫ) ଓ କର୍ମଚାରୀ ରାଜ୍ୟ ବୀମା (ଇସଆଇ) ଉପରେ ଏକ ଦିନିକିଆ ତାଲିମ କାର୍ଯକ୍ରମ ର।ଜ୍ୟ ଲୋକସେବା ଭବନର କନଭେନସନ କେନ୍ଦ୍ରରେ ଉଦଘାଟିତ ହୋଇଯାଇଛି।
ଏହି ତାଲିମ କାର୍ଯକ୍ରମକୁ ଶ୍ରମ ଆୟୁକ୍ତ, ଓଡ଼ିଶା ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଉଦଘାଟନ କରିଥିଲେ । ମଧୁମିତା ନାୟକ, ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ, କର୍ମଚାରୀ ରାଜ୍ୟ ବୀମା ଯୋଜନା, ଓଡ଼ିଶା ଓ ଶ୍ରୀ ରାଜେଶ କୁମାର ଅଗ୍ରୱାଲା, ଶ୍ରମ ବିଭାଗ ର ଅତିରିକ୍ତ ଶାସନ ସଚିବ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ରାଜ୍ୟ ଶ୍ରମ ସଂସ୍ଥାନ ନିର୍ଦ୍ଦେଶକ, କାରଖାନା ଓ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ତଥା ଶ୍ରମ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ନୀତି ରଂଜନ ସେନ୍ କର୍ମଶାଳ।କୁ ସଂଚାଳନ କରିଥିଲେ ।
ଏହି ତାଲିମ କାର୍ଯକ୍ରମରେ ଶ୍ରମ ନିର୍ଦ୍ଦେଶାଳୟ, କାରଖାନା ଓ ବାଷ୍ପୀତ୍ର ନିର୍ଦ୍ଦେଶାଳୟ,କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟ, ସ’ପ୍ରେଶିତ ବିଚାରାଳୟ / ଶ୍ରମିକ ବିଚାରାଳୟର ୮୪ ଜଣ ବ୍ୟୟ ପ୍ରଦାନକାରୀ ଅଧିକାରୀ (ଡିଡିଓ) ଯୋଗଦାନ କରିଥିଲେ ।
ଶ୍ରୀ ରୁଦ୍ରପ୍ରଦୀପ ଦତ୍ତ, ପ୍ରାଦେଶିକ ନିର୍ଦ୍ଦେଶକ, କର୍ମଚାରୀ ରାଜ୍ୟ ବୀମା ନିଗମ, ମୌସୁମୀ ଲତା ପାଢୀ, ପ୍ରଦିଶୀୟ କର୍ମଚାରୀ ଭଭିଷ୍ୟନିଧି ପାଣ୍ଠି କମିଶନର, ଯୋଗ ତାଲିମ କାରୀ ଏ କେ ସ୍ବାଇଁ, ସୁରେଶ କୁମାର ମହାପାତ୍ର ଓ ରଘୁନାଥ ରେଡ୍ଡୀ ଇତ୍ୟାଦି ତାଲିମ ଦେଇଥିଲେ।