ନୂଆଦିଲ୍ଲୀ – ଦିଲ୍ଲୀର ଶାହୀନବାଗରେ ସିଏଏ ବିରୋଧୀ ଧାରଣା ପ୍ରଦର୍ଶନ ବିରୁଦ୍ଧରେ ଦାୟର ଆବେଦନର ଶୀଘ୍ର ଶୁଣାଣୀ କରିବାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଆବେଦନ କରା ଯାଇଛି । ମୁଖ୍ୟ ବିଚାରପତି ଆବେଦନକାରୀଙ୍କୁ କହିଥିଲେ ଯେ ସେ ମେନସନିଂ ଅଫିସରଙ୍କ ପାଖକୁ ଯ୍ଧବ ଶୀଘ୍ର ଶୁଣାଣୀ କରିବାକୁ ଦାବି କରନ୍ତୁ ।
ଏହି ମାମଲାର ଆବେଦନକାରୀ ବିଜେପି ନେତା ନନ୍ଦକିଶୋର ଗର୍ଗ ଏହି ଆବେଦନରେ ଦାବି କରିଛନ୍ତି ଯେ ଶାହୀନବାଗରେ ଚାଲିଥିବା ଧାରଣା ଓ ପ୍ରଦର୍ଶନକୁ ହଟା ଯାଉ । ଏହା ଦ୍ୱାରା କାଳନ୍ଦୀକୁଂଜ ଓ ଶାହୀନବାଗର ରାସ୍ତାକୁ ଖୋଲା ଯାଇ ପାରିବ ।
ଏହି ଆବେଦନରେ କେନ୍ଦ୍ର ସରକାର ଓ ସଂପୃକ୍ତ ବିଭାଗ ମାନଙ୍କୁ ଆବଶ୍ୟକୀୟ ଗାଇଡଲାଇନ ଜାରୀ କରିବାକୁ ଦାବି କରା ଯାଇଛି । ଦୀର୍ଘ ଦିନ ଧରି ଚାଲିଥିବା ଏହି ଧାରଣା ପ୍ରଦର୍ଶନ କାରଣରୁ ଏହି ଅଂଚଳରେ ବସବାସ କରୁଥିବା ସାଧାରଣ ଲୋକ ମାନଙ୍କୁ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସାର୍ବଜନୀନ ସ୍ଥଳ ମାନଙ୍କରେ ଧାରଣା ପ୍ରଦର୍ଶନକୁ ପ୍ରତିବନ୍ଧିତ କରିବାକୁ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଗାଇଡଲାଇନ ଜାରୀ କରିବାକୁ ଏହି ଆବେଦନରେ କୁହା ଯାଇଛି ।