
ପଲବଲ- ଦିଲ୍ଲୀ ଆଗରା ରେଲୱେ ଟ୍ରାକରେ ହୋଡଲ ଓ ସୋଲାକା ରେଲୱେ ଷ୍ଟେସନ ମଧ୍ୟରେ ମଙ୍ଗଳବାର ଏକ ବଡ ଦୁର୍ଘଟଣା ଟଳିଛି । କର୍ଣ୍ଣାଟକ ସଂପର୍କ କ୍ରାନ୍ତି ଏକ୍ସପ୍ରେସ ଟ୍ରେନ ଚାଳକ ରେଳ ଧାରଣାରେ ଏକ ବଡ ପଥର ଦେଖିବା ପରେ ବ୍ରେକ ଲଗାଇ ଟ୍ରେନର ବେଗ କମାଇ ଦେଇଥିଲେ । ଏହାପରେ ଟ୍ରେନ ଧକ୍କାରେ ପଥର ଭାଙ୍ଗିଯାଇଥିଲା ଏବଂ ଟ୍ରେନ ସୁରକ୍ଷିତ ଭାବେ ଯାଇଥିଲା । ଘଟଣାର ସୂଚନା ରେଲୱେ ଇଂଜିନିୟରିଂ କଂଟ୍ରୋଲ ରୁମକୁ ଦିଆଯାଇଥିଲା । ଏହାପରେ ରେଲୱେ ଟ୍ରାକର ସୁପର ଭାଇଜର ରବି କୁମାର ଟିମ୍ ସହିତ ଘଟଣାସ୍ଥଳରେ ପହଂଚିଥିଲେ । ଜିଆରପି କେସ୍ ରୁଜୁ କରିଛି ।