
ଭୁବନେଶ୍ୱର– ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ। ୧୨ଟି ଜିଲ୍ଲାର ବାତ୍ୟା ଆଶ୍ରୟ ସ୍ଥଳିରେ ମକ୍ ଡ୍ରିଲ ବ୍ୟବସ୍ଥା ହୋଇଛି। ଟ୍ୟାକ୍ସ ଫୋର୍ସ ଏବଂ ସମସ୍ତ ସଦସ୍ୟ ସାମିଲ ହେବେ । ୪୮୦କିମି ବେଳାଭୂମିରେ ଯେଉଁ ସାଇରନ ଲାଗିଛି ତାକୁ ବଜା ଯିବ। ୪ହଜାର ଆପଦ ମିତ୍ର ସ୍ଵେଚ୍ଛାସେବୀ ମକ୍ ଡ୍ରିଲରେ ସାମିଲ ହେବେ । ରାଜ୍ୟ ଜରୁରୀ କାଳୀନ ଓ ଜିଲ୍ଲା ଜରୁରୀ କାଳୀନ କେନ୍ଦ୍ର କାର୍ଯ୍ୟକ୍ଷମ ହେବ । ଆସନ୍ତା କାଲି ଠାରୁ ୪ଟାରେ ସାଇରନ ବାଜିବ। ଚାରିରୁ ପାଞ୍ଚ ମିନିଟ୍ ଧରି ବାଜିବ । ପୁନର୍ବାର ବାଜିବା ପର୍ଯ୍ୟନ୍ତ ନିଜକୁ ସୁରକ୍ଷିତ ରଖିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ । ପାଖାପାଖି ୧୫ମିନିଟରୁ ଅଧିକ ସମୟ ସୁରକ୍ଷିତ ରଖନ୍ତୁ।ଏହି ସମୟରେ ନିଜେ ନିଜକୁ ସୁରକ୍ଷିତ ରଖିବା ପାଇଁ ପରାମର୍ଶ । ଏହି ସମୟରେ ଜରୁରୀ କାଳୀନ ସେବା ବନ୍ଦ ହେବ ନାହିଁ ବୋଲି ଓଏସଡିଏମଏ ନିର୍ଦ୍ଦେଶକ କହିଛନ୍ତି ।