
ବୀଜାପୁର -ଛତିଶଗଢର ବୀଜାପୁର ଜିଲ୍ଲାର ଦକ୍ଷିଣ ପଶ୍ଚିମ ତେଲେଙ୍ଗାନାର ସୀମାବର୍ତ୍ତୀ ଜଙ୍ଗଲରେ ସୁରକ୍ଷାବାହିନୀ ଏନକାଉଣ୍ଟରରେଜଣେ ୟୁନିଫର୍ମ ପିନ୍ଧା ମହିଳା ନକ୍ସଲ ନିହତ ହୋଇଛନ୍ତି।ସୁରକ୍ଷାବାହିନୀ ମହିଳାଙ୍କ ମୃତଦେହ ନିକଟରୁ 303 ରାଇଫଲ ମଧ୍ୟ ପାଇଛି।ବସ୍ତର ଆଇଜୀ ଏହା ନିଶ୍ଚିତ କରିଛନ୍ତି।
ବୀଜାପୁର ଜିଲ୍ଲାର ଦକ୍ଷିଣ ପଶ୍ଚିମ ତେଲଙ୍ଗାନାର ସୀମାବର୍ତ୍ତୀ ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ଡିଆରଜୀ,ଏସଟୀଏଫ ,କୋବ୍ରା ଏବଂ ସୀଆରପିଏଫ ମିଳିତ ଦଳ ସୁରକ୍ଷାବାହିନୀ ଅଭିଯାନରେ ଯାଇଥିଲେ।ଏହି ସମୟରେ ମିଳିତ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ୟୁନିଫର୍ମ ମହିଳା ନକ୍ସଲ ନିହତ ହୋଇଥିଲେ।ୟୁନିଫର୍ମ ମହିଳା ନକ୍ସଲଙ୍କ ମୃତଦେହ ସହିତ 303 ରାଇଫଲ ମଧ୍ୟ ମିଳିଛି।ଏନକାଉଣ୍ଟରରେ ସାମିଲ ସୌନିକମାନେ ଦାବି କରିଛନ୍ତି ଯେ ଘଟଣାସ୍ଥଳରୁ ମିଳିଥିବା ଚିହ୍ନରୁ ଅଧିକ ନକ୍ସଲଙ୍କୁ ନିହତ ଏବଂ ଆହତ ହେବାର ସମ୍ଭାବନା ଅଧିକ।ସର୍ଚ୍ଚ ଅପରେସନ ଜାରି ରହିଛି।