
ଭୁବନେଶ୍ୱର– ମେଡିକାଲ ସିଟ ନାଁରେ ରାଜଧାନୀରୁ 4ଦଲାଲ ଗିରଫ ଘଟଣା । ଜାଗମରା ସ୍ଥିତ ଉତ୍କଳ ଏକାଡେମୀରେ ସ୍ପେଶାଲ କ୍ରାଇମ ୟୁନିଟ ର ସ୍ପେଶାଲ କ୍ରାଇମ ୟୁନିଟର ଚଢ଼ାଉ କରିଛି । ବିଭିନ୍ନ ଦରକାରୀ କାଗଜପତ୍ର, ହାଡ଼ଡିସ୍କ, ମୋବାଇଲ ଜବତ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ମେଡିକାଲ ଆଶାୟୀ ଛାତ୍ରଛାତ୍ରୀମାନଙ୍କୁ ଡାକି ଏଠାରେ କାଉନସିଲିଂ କରାଯାଉଥିଲା । 4ଦଲାଲଙ୍କୁ ଗିରଫ ପରେ ସାମ୍ନାକୁ ଆସିଥିଲା ତଥ୍ୟ । ଯେଉଁ ତଥ୍ୟ ଆଧାରରେ ଆଜି ଉତ୍କଳ ଏକାଡେମୀରେ ରେଡ କରିଛି ସ୍ପେଶାଲ କ୍ରାଇମ ୟୁନିଟ । ଏକାଡେମୀର ମାଲିକ ଫେରାର ଅଛନ୍ତି । ତାଙ୍କୁ ଧରିବା ପାଇଁ ବିଭୀନ୍ନ ସ୍ଥାନରେ ରେଡ କରୁଛି ସ୍ପେଶାଲ କ୍ରାଇମ ୟୁନିଟ ।