
ଭୁବନେଶ୍ୱର– ଆଦିବାସୀ ହଷ୍ଟେଲରେ ନାବାଳିକା ଦୁଷ୍କର୍ମକୁ ନେଇ ବର୍ଷିଛି ବିଜେଡି । ବିଜେଡି କହିଛି ଯେ, ପ୍ରତିଦିନ ମହିଳା, ନାବାଳିକା ଦୁଷ୍କର୍ମ ହେଉଛନ୍ତି । କୋରାପୁଟ ଜିଲ୍ଲା ଲମତାପୁଟର ଆଦିବାସୀ ହଷ୍ଟେଲରେ 8 ବର୍ଷର ଝିଅକୁ ଦୁଷ୍କର୍ମ କରାଗଲା । 15 ଦିନ ଯାଏଁ ଏହି ଘଟଣା ଲୁଚା ଗଲା । ତାଙ୍କର ମେଡିକାଲ ଟ୍ରିଟମେଣ୍ଟ ବି ହେଲାଣି । ଗତ 10 ମାସରେ ଏପରି 26 ମୃତ୍ୟୁ ଆଦିବାସୀ ହଷ୍ଟେଲରେ ଘଟିଲାଣି । ଏଥିରୁ 6 ଆତ୍ମହତ୍ୟା ହୋଇଛି । ହେଲେ ସରକାର ନିଦାବିଷ୍ଣୁ ସାଜିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଦିବାସୀ । ହେଲେ ଆଦିବାସୀ ଝିଅ ଅସୁରକ୍ଷିତ । ବିଜେପି ସରକାର ସମୟରେ କୌଣସି ସ୍ଥାନରେ ବି ସୁରକ୍ଷିତ ନୁହନ୍ତି ମହିଳା । ଏହା ଅପରାଧ ସହ ଆତଙ୍କବାଦ ସହିତ ସମାନ । ବେଟି ବଚାଓ ସ୍ଲୋଗାନ ଦେଉଥିବା ସରକାରଙ୍କ ସମୟରେ ଅତ୍ୟାଚାର ବଢୁଛି । ଏହା ବିରୋଧରେ ଏସଟିକମିସନଙ୍କୁ ଭେଟିଛି ବିଜେଡି । ନିଜେ କମିସନ ରାଜ୍ୟ ସରକାରଙ୍କୁ ଏ ଦିଗରେ ତଦନ୍ତ, କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ବିଜେଡି ଦାବି କରିଛି । ସେହିପରି କୋରାପୁଟ ଘଟଣାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଥି ସହ ଆଦିବାସୀ ହଷ୍ଟେଲରେ ସଚେତନତା କାର୍ଯ୍ୟକ୍ରମ କରି ଏପରି ଘଟଣା ରୋକିବା ଦିଗରେ ପଦକ୍ଷେପ ନେବା ଦିଗରେ ବିଜେଡି ଜୋର ଦେଇଛି ।