
ଭୁବନେଶ୍ୱର– ପଶ୍ଚିମବଙ୍ଗରେ ଚାଲିଥିବା ‘ ବୟକଟ ପୁରୀ ଟୁରିଜିମ ‘ ଟ୍ରେଣ୍ଡ ପ୍ରସଙ୍ଗରେ କଡ଼ା ଜବାବ ରଖିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।ସେ କହିଛନ୍ତି ଯେ, ଯିଏ ଏଭଳି କହିଛି ସେମାନଙ୍କର ମାନସିକ ବିକୃତ ଘଟିଛି । ଜଗନ୍ନାଥ ହେଉଛନ୍ତି ସମଗ୍ର ବିଶ୍ୱର ଦେବତା । ଏଭଳି ବୟକଟ ନାରାକୁ କେହି ମାନିବେ ନାହିଁ । ଜଗନ୍ନାଥ ଧାମ କେବଳ ପୁରୀ । ଏଥିରେ କେହି ଦ୍ଵନ୍ଦ ସୃଷ୍ଟି କରିପାରିବେ ନାହିଁ । ଦେଶର 140 କୋଟି ଲୋକ ଜଗନ୍ନାଥ ପୁରୀକୁ ବିଶ୍ୱାସ କରନ୍ତି । ଯିଏ ଦ୍ଵନ୍ଦ ସୃଷ୍ଟି କରିବାକୁ ଚାହୁଁଛି, ସେମାନେ ଏଥିରୁ କ୍ଷାନ୍ତ ରୁହନ୍ତୁ ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି।