
ଭୁବନେଶ୍ୱର– ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଦଳର ବିଭିନ୍ନ ଛାମୁଆ ସଂଗଠନ ଗୁଡିକର ଆବାହକ ନିଯୁକ୍ତ କରିଛନ୍ତି । ଦଳ ପକ୍ଷରୁ ଏକ ପ୍ରେସ ବିବୃତିରେ ଏହି ସୂଚନା ଦିଆଯାଇଛି ।
ଦଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବିରୋଧୀ ଦଳର ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜୁ କୃଷକ ଜନତା ଦଳ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ପାର୍ଟୀର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ ଆଞ୍ଚଳିକ ବିକାଶ ସେଲ ଆବାହକ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କୁ ସମବାୟ ସେଲ ଆବାହକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବଦ୍ରି ନାରାୟଣ ପାତ୍ରଙ୍କୁ ଶିକ୍ଷା ଓ ଶିକ୍ଷକ ସେଲ ଆବାହକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମତ୍ସ୍ୟଜୀବୀ ସେଲ ଆବାହକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଆଦିବାସୀ ସେଲ ଆବାହକ ମଙ୍ଗଳା କିଷାନଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ବରିଷ୍ଠ ନାଗରିକ ସେଲ ଆବାହକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଓବିସି ସେଲ ଆବାହକ ଅରୁଣ ସାହୁଙ୍କୁ ଏସସି ସେଲ ଆବାହକ ମହେଶ ସାହୁଙ୍କୁ ତଥା ଆଇଟି ଓ ସାମାଜିକ ଗଣମାଧ୍ୟମ ସେଲ ଆବାହକ ଅମର ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି ।