
-
ଅପରାଧ ମୁକ୍ତ ହେବ ମଠ -ଆରକ୍ଷୀ ଅଧିକ୍ଷକ,
-
ସୁଗମ ହେବ ସାଧୁସନ୍ଥ ଜଗନ୍ନାଥ ମନ୍ଦିର ଗ୍ରସ୍ତ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶ୍ରୀକ୍ଷେତ୍ର ମଠର ସହର ହୋଇଥିବା ବେଳେ ସହରର ସମସ୍ତ ମଠଗୁଡ଼ିକ ଅପରାଧ ମୁକ୍ତ ଓ ସୁରକ୍ଷା ପ୍ରଦାନ କରିବା ପାଇଁ ମଠ ମହନ୍ତ ଓ ପୁଲିସ ପ୍ରଶାସନ ପକ୍ଷରୁ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ମହିପ୍ରକାଶ ମଠ ପରିସରରେ ଆୟୋଜିତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରୱାଲ ଯୋଗ ଦେଇଥିଲେ।
ପୂର୍ବରୁ ଏକ ବୈଠକ ହୋଇଥିଲା ତାହା ଦ୍ୱାରା ଅନେକ ଅପରାଧିକ କାର୍ଯ୍ୟକଳାପ କମିଛି, ଏହା ସହ ମଠ ମହନ୍ତ ମାନେ ନିଜକୁ ପୂର୍ବ ଅପେକ୍ଷା ସୁରକ୍ଷିତ ମନେ କରୁଛନ୍ତି | ମହନ୍ତ ମାନେ ରଥଯାତ୍ରା ସମୟରେ ମଠର ଅନେକ ନୀତି ଜଡିତ ଥାଏ ଯେପରିକି ପନ୍ତି ଭୋଗ ତାହା କିପରି ସୁପରିଚାଳିତ ଭାବେ ମନ୍ଦିର କୁ ଯିବ, ତାହା ମଠ ମହନ୍ତ ମାନେ ଜଣାଇ ଥିଲେ |ସାଧାରଣ ଦିନ ମାନଙ୍କରେ ମନ୍ଦିର ପ୍ରବେଶ କିପରି ସୁଚାର ହେବ ତାହା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଗ୍ରୱାଲଙ୍କୁ ଜଣାଇଥିଲେ।
ପ୍ରତିଦିନ ଦେଶ ବିଦେଶରୁ ବହୁ ଶ୍ରଦ୍ଧାଳୁ ପୁରୀର ବିଭିନ୍ନ ମଠକୁ ବୁଲିବାକୁ ଆସୁଛନ୍ତି। ଶ୍ରୀମନ୍ଦିର ସହ ଭକ୍ତଙ୍କ ଭାବନା ମଠ ସହ ଜଡ଼ିତ ହୋଇଥିବାରୁ ଏହାର ସୁରକ୍ଷା ନିମନ୍ତେ ପୁଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ସହ ମଠଗୁଡ଼ିକ ଅପରାଧ ଶୂନ୍ୟ କରିବା ମୂଳ ଲକ୍ଷ୍ୟ ବୋଲି ଏସ୍ପି ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ।ରଥଯାତ୍ରା ସମୟରେ ସମସ୍ତ ମଠ ମାନଙ୍କ ପାଇଁ ସୁନ୍ଦର ବ୍ୟବସ୍ଥା କରାଯିବ ଶ୍ରୀ ଅଗ୍ରୱାଲ ଜଣାଇଥିଲେ।
ମଠର ସୁରକ୍ଷା ପାଇଁ ପୁଲିସ ପ୍ରଶାସନ ସହ ଏଭଳି ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିବାରୁ ମହନ୍ତମାନେ ନିଜର ଖୁସିବ୍ୟକ୍ତ କରିଥିଲେ।ବୈଠକରେ ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ବଡ଼ଆଖଡା ମଠ ମହନ୍ତ ଶ୍ରୀହରି ନାୟକ ଦାସଜୀ, ରାଧାବଲ୍ଲଭମଠ ମହନ୍ତ ରାମକୃଷ୍ଣ ଦାସଜୀ, ସିଦ୍ଧବକୁଳ ମଠ ମହନ୍ତ ଶ୍ରୀନିବାସ ଦାସଜୀ, ମଣିରାମ ମଠ ମହନ୍ତ ଅଭିରାମ ରାମ ଦାସଜୀ, ବଳରାମକୋଟ ମଠ ମହନ୍ତ ରଘୁବୀର ଦାସ, ରାମଜୀମଠ ମହନ୍ତ ବଂଶୀଧର ଦାସ, ହାତିଆଖାଡ଼ା ମଠ ମହନ୍ତ ସୁଖରାମ ଦାସ, ବଡ଼ସନ୍ଥ ମଠ ମହନ୍ତ ଦିବ୍ୟାନନ୍ଦ ଦାସ, ମହିପ୍ରକାଶ ମଠ ମହନ୍ତ ସ୍ବାମୀ ଶୁଭାନନ୍ଦ ପୁରୀ ମହାରାଜ ଓ ଗୋପାଳଜୀ ମଠ ମହନ୍ତ ଲିପାରାମ ଦାସ ଜୀ ଯୋଗଦେଇ ମଠର ବିଭିନ୍ନ ସମସ୍ୟା ଓ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସଚିନ ପଟେଲ, ଅତିରିକ୍ତ ଆରକ୍ଷୀ ସୌମ୍ୟରଂଜନ ମଲ୍ଲିକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଘନଶ୍ଯାମ ହେମ୍ବ୍ରମ, ବିଜୟ ନନ୍ଦ, ବାସେଳୀସାହି ଥାନା ଅଧିକାରୀ ଶ୍ରୀ ବିକ୍ରମ କିଶୋର ଜେନା, ଟ୍ରାଫିକ ଥାନା ଅଧିକାରୀ ଶ୍ରୀ ଜୟଦୀପ ମହାନ୍ତି, ଟାଉନ ଥାନା ଅଧିକାରୀ ଶ୍ରୀ ଗୋକୁଳ ରଞ୍ଜନ ଦାଶ, ସିଂହଦ୍ବାର ଥାନା ଅଧିକାରୀ ଶ୍ଵେତପଦ୍ମା ଦାଶ, ବାଳିଆପଣ୍ଡା ଥାନା ଅଧିକାରୀ ସଂଗୀତା ଦାଶ ଏବଂ ଅନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।