
ଧର୍ମଶାଳା– ଯାଜପୁର ଜିଲା ଧର୍ମଶାଳା ବ୍ଲକ କଦମପାଳ ପଂଚାୟତରେ ୩ ଦିନ ଧରି ପାଳିତ ହେଉଥିବା ଅକ୍ଷୟ ତୃତୀୟା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ପବିତ୍ର ଉତ୍ସବ ଅବସରରେ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଡ୍ରାମାଟ୍ରିକ୍ କ୍ଲବର ୭୬ତମ ନାଟ୍ୟ ଉତ୍ସବ ପାଳିତ ହୋଇଥିଲା । ଲକ୍ଷ୍ମୀନାରାୟଣ କଳାକାରମାନଙ୍କ ଦ୍ୱାରା ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀହରି ସାମନ୍ତ ଓ ସଂଗୀତ ନିର୍ଦ୍ଦେଶନା ପିତବାସ କରଙ୍କ ଦୁଇଟି ସମାଜିକ ନାଟକ ପରିବେଷଣ ହୋଇଥିଲା । ପୂର୍ବତନ ନାଟ୍ୟ ନିର୍ଦ୍ଦେଶକ ସ୍ୱର୍ଗତ କୈଳାସ ଚନ୍ଦ୍ର ମହାନ୍ତିଙ୍କ ସ୍ମୃତି ସଭା ପ୍ରାକ୍ତନ ଶିକ୍ଷାବିତ୍ ଚିତରଂଜନ ମହାନ୍ତିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଯୁବ ସାମାଜିକ କର୍ମୀ ପ୍ରମୋଦ କୁମାର ଜେନା,ସମ୍ମାନୀତ ଅତିଥିଭାବେ କଦମପାଳ ସରପଂଚ ତୃପ୍ତିଲତା ମହାନ୍ତି,ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଲକ୍ଷ୍ମୀନାରାୟଣ କ୍ଲବର ସମସ୍ତ କଳାକାର ସହଯୋଗ କରିଥିଲେ । ଆଖପାଖ ପଂଚାୟତର ଶହଶହ କଳାକାର ପ୍ରେମୀ ଯୋଗ ଦେଇଥିଲେ ।