
ଭୁବନେଶ୍ୱର – କଟକରେ ନିର୍ମାଣଧିନ ବ୍ରିଜ୍ ଅଘଟଣରେ ମୃତାହତ ଖବରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ଆତ୍ମାର ସଦଗତି ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ନବୀନ।
ଏକ୍ସରେ ନବୀନ ପଟ୍ଟନାୟକ ଲେଖିଛନ୍ତି କଟକରେ ନିର୍ମାଣଧିନ ବ୍ରିଜ୍ ଅଘଟଣରେ ତିନି ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ଆହତ ହୋଇଥିବା ଖବର ଶୁଣି ଅତ୍ୟନ୍ତ ଦୁଃଖିତ। ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଏଥିସହିତ ମହାପ୍ରଭୁଙ୍କ ନିକଟରେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି।