
ସମ୍ବଲପୁର,ବିଜେଡି ସରକାର ସମୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଜି ତତ୍କାଳୀନ ସରକାରଙ୍କୁ ତୀବ୍ର ର୍ଭତ୍ସନା କରିଛନ୍ତି । ନବ ଦାସ ହତ୍ୟାକାଣ୍ଡକୁ ନେଇ ଜୟନାରାୟଣ କହିଛନ୍ତି ଆଇପିଏସ୍ ଲବି ଏହି ସୁଚିନ୍ତିତ ହତ୍ୟା ଘଟଣାକୁ ଏପଟ ସେପଟ କରିଦେଲା। ଘଟଣାରେ ଆଇଏଏସ ଓ ଆଇପିଏସଙ୍କ ସଂପୃକ୍ତି ରହିଛି ବୋଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।
ତଥାକଥିତ ଦୁଇ ଶ୍ରେଣୀର ଅଧିକାରୀ ମାନଙ୍କୁ ଇଙ୍ଗିତ କରି ପୁଣି ସେ କହିଛନ୍ତି ଯେ,ଏମାନେ ମଣିଷ ମାରିଲେ ବି ପାର୍ ହୋଇ ଯାଉଛନ୍ତି।ଦେଶରେ ଏମାନଙ୍କ ରାଜ୍ ଚାଲିଛି ବୋଲି ଅତି କଡା ଭାଷାରେ ଜୟନାରାୟଣ ସଫା ସଫା ଶୁଣାଇ ଦେଇଛନ୍ତି। ସେ ଆହୁରି କହିଛନ୍ତି ସମୟ ଗଡ଼ିବା ସହ ସବୁ ରଫାଦଫା ହୋଇଯାଇଛି। ତୁରନ୍ତ ତଦନ୍ତ ହୋଇଥିଲେ ସବୁ ଜଣା ପଡ଼ିଯାଇ ଥାଆନ୍ତା ବୋଲି ସଫା ସରକାରଙ୍କୁ ତେରଛା ବାଣ ମାରି ଘଟଣାର ଗମ୍ଭୀରତାକୁ ପୁଣି ତେଜିଆନ କରିଛନ୍ତି ଜୟ ନାରାୟଣ।