
ଭୁବନେଶ୍ୱର – ଭୁବନେଶ୍ୱରସ୍ଥିତ ଉକ୍ରଳ ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ୧୦ ଦଫା ଦାବି ପୂରଣ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇ ନଥିବାରୁ ଏହାର ପ୍ରତିବାଦରେ ସୋମବାର ଉକ୍ରଳ ବିଶ୍ୱ ବିଦ୍ୟାଳୟ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଶତାଧିକ ଛାତ୍ରଛାତ୍ରୀ କୁଳପତିଙ୍କ କାର୍ଯ୍ୟାଳୟକୁ ଧଶେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ମୁତୟନ ପୋଲିସ୍ କର୍ମଚାରୀ ସେମାନଙ୍କୁ ଅଟକାଇଥିଲେ । ଫଳରେ ଛାତ୍ରଛାତ୍ରୀ ଓ ପୋଲିସ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ହଷ୍ଟେଲ୍ ମରାମତି, ପାଚେରୀ ନିର୍ମାଣ ଏବଂ ଆଲୋକ ବ୍ୟବସ୍ଥାର ମରାମତି ନ ହେବା ଯାଏଁ ଧର୍ମଘଟ ·ଲୁ ରହିବ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି । ବିଶ୍ୱ ବିଦ୍ୟାଳୟ ପରିସର ମଧ୍ୟରେ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ଡିସିପି ପହଂଚି ଛାତ୍ରନେତାଙ୍କ ସହ ଆଲୋଚନା କରିଛନ୍ତି ।
ଛାତ୍ରଛାତ୍ରୀ ଦାବି କରିଛନ୍ତି ଯେ ବର୍ତମାନର ମୁଖ୍ୟ ଫାଟକକୁ ପ୍ରସ୍ଥାନ ଫାଟକ କରାଯିବା ସହ ରାଜା ହୋଟେଲ ପାଖରେ ନୂଆ ପ୍ରବେଶ ଫାଟକ କରାଯାଉ । ବର୍ତମାନର ମୁଖ୍ୟ ଫାଟକ ସାମନାରେ ଜାତୀୟ ରାଜପଥର ଓଭର ବ୍ରିଜ ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ, ପ୍ରାଧ୍ୟାପକ ଏବଂ ବିଶ୍ୱବିଦ୍ୟାଳୟ କର୍ମ·ରୀ ରଙ୍ଗ ରୁଟ୍ରେ ଆସୁଛନ୍ତିୟ ଫଳରେ ବାରମ୍ବାର ଦୁର୍ଘଟଣାର ଶିକାର ହେବାକୁ ପଡୁଛି । ଏଥିସହ ସବୁ ବିଭାଗର ପରୀକ୍ଷା ଗୋଟିଏ ସମୟରେ କରିବାକୁ ଦାବି ହୋଇଛି । ଅନ୍ୟପକ୍ଷରେ ଛାତ୍ରାବାସ ଓ ଛାତ୍ରୀନିବାସରେ ଅବ୍ୟବସ୍ଥାକୁ ନେଇ ମଧ୍ୟ ଉତେଜନା ପ୍ରକାଶ ପାଇଛନ୍ତି ।
ଅପରପକ୍ଷରେ ଛାତ୍ର ଆନ୍ଦୋଳନ ଫଳରେ ଆଜି ସମସ୍ତ ବିଭାଗର ପାଠ ପଢା ବନ୍ଦ ରହିଛି ।