
ନୂଆଦିଲ୍ଲୀ– ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାବରେ ପୁନର୍ବାର ନିର୍ବାଚିତ ହେବା ଏବଂ ବିପୁଳ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆ୍େଥନାନି ଆଲବାନିଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ଆଲବାନିଜଙ୍କ ସହ କାମ କରିବାକୁ ସେ ଅପେକ୍ଷା କରିଛନ୍ତି ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ପୋଷ୍ଟରେ ଲେଖିଛନ୍ତି, “ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଭାବରେ ଆପଣଙ୍କର ବିପୁଳ ବିଜୟ ଏବଂ ପୁନଃନିର୍ବାଚନ ପାଇଁ ଆନ୍ଥୋନି ଆଲବାନିଜଙ୍କୁ ଅଭିନନ୍ଦନ। ଏହି ଜବରଦସ୍ତ ଜନାଦେଶ ଆପଣଙ୍କ ନେତୃତ୍ୱ ପ୍ରତି ଅଷ୍ଟ୍ରେଲୀୟ ଲୋକଙ୍କ ସ୍ଥାୟୀ ବିଶ୍ୱାସକୁ ପ୍ରତିଫଳିତ କରେ। ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ଏବଂ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆମର ସମାନ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ମୁଁ ଏକାଠି କାମ କରିବାକୁ ଅପେକ୍ଷା କରିଛି।