
ଇମ୍ଫାଲ– ମଣିପୁରର ଇମ୍ଫାଲ ୱେଷ୍ଟ ଜିଲ୍ଲାର ଲାମସାଙ୍ଗ ଥାନା ଅନ୍ତର୍ଗତ ଫାୟାଂଗ ମଖା ଲେଇକାଇ ଅଂଚଳରୁ ସୁରକ୍ଷାବଳର ତଲାସୀ ଅଭିଯାନ କରାଯାଇଛି । ଏହି ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଯୁଦ୍ଧ ସାମଗ୍ରୀ ଜବତ କରାଯାଇଛି ।
ପୋଲିସ ପକ୍ଷରୁ ଜଣାପଡିଛି ଯେ, ଏହି ସାମଗ୍ରୀ ମଧ୍ୟରେ 2ଟି ଇମ୍ପ୍ରୋଭାଇଜ୍ଡ ରକେଟ, ମୋଟାର୍ଟ ପମ୍ପ, ହେଲମେଟ, ବିପି ପ୍ଳେଟ, ମିଲିଟାରୀ ପ୍ୟାଂଟ, ସର୍ଟ, ଟି-ସାର୍ଟ, ଜୋତା, ପିକ୍ୟାପ, ଜଙ୍ଗଲ କ୍ୟାପ, ସ୍ୱେଟର, ପିଏଲଏର ଦଳୀୟ ପତାକା, କମ୍ବଳ ଆଦି ଜବତ ହୋଇଛି ।