
ଶ୍ରୀନଗର– ପହଲଗାମରେ ଏପ୍ରିଲ 22ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ସେନା ଲଗାତର ଭାବେ ନିୟନ୍ତ୍ର ରେଖା ଓ ଅନ୍ତର୍ଜାତୀୟ ସୀମାରେ ଯୁଦ୍ଧ ବିରତିରେ ଉଲ୍ଲଂଘନ କରିଛନ୍ତି । ଭାରତୀୟ ସେନାର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନୀ ସେନା ଚୌକରୁ ହୋଇଥିବା ଗୁଳିକାଣ୍ଡର ଜବାବ୍ ଦିଆଯାଇଛି । ଅଧିକାରୀଙ୍କ ଅନୁସାରେ ମେ 2 ରାତିରେ ପାକିସ୍ତାନୀ ସେନା ଜମ୍ମୁକଶ୍ମୀରର କୁପୱାଡା, ଉରି ଓ ଅଖନୁର ଅଂଚଳରେ ନିୟନ୍ତ୍ରଣ ରେଖା ପାର୍ କରି ଗୁଳି କରିଛି । ଭାରତୀୟ ସେନା ତୁରନ୍ତ ଏହାର ଜବାବ ଦେଇଥିଲେ ।