
ନୂଆଦିଲ୍ଲୀ– ଭାରତ ସରକାରଙ୍କ ନୌବାହାନ ମହାନିର୍ଦ୍ଦେଶାଳୟ କୌଣସି ବି ପାକିସ୍ତାନୀ ଜାହାଜକୁ ଭାରତର କୌଣସି ବି ବନ୍ଦରରେ ରହିବାକୁ କଟକଣା ଲଗାଇଛି । ଏହାସହିତ କୌଣସି ବି ଭାରତୀୟ ଜାହାଜକୁ ପାକିସ୍ତାନ ବନ୍ଦର ଯିବା ଉପରେ ରୋକ ଲଗାଯାଇଛି ।
ମର୍ଚ୍ଚାଂଟ ସିପିଂ ଆକ୍ଟ, 1958 ଧାରା 411 ଅନ୍ତର୍ଗତ ଆଜି ଆଦେଶ ଜାରି କରାଯାଇଛି ଏବଂ ଏହା ତତ୍କାଳ ପ୍ରଭାବରେ ଲାଗୁ ହୋଇଛି । ନୌବାହାନ ମହାନିର୍ଦ୍ଦେଶାଳୟର କହିବା କଥା ଯେ, ଏହି ପଦକ୍ଷେପ ଜାତୀୟ ହିତ, ଭାରତୀୟ ସାମୁଦ୍ରିକ ପରିସଂପତ୍ତି, ମାଲ ଓ ବନ୍ଦର ଅବସରଂଚନାର ସୁରକ୍ଷାକୁ ଧ୍ୟାନରେ ରଖି ନିଆଯାଇଛି । ନିର୍ଦ୍ଦେଶରେ କୁହାଯାଇଛି ଯେ, କୌଣସି ବିଶେଷ ମାମଲାର ରିହାତି ଆବଶ୍ୟକ ହେଲେ ଏହାର ମୂଲ୍ୟାଙ୍କନ ଭିନ୍ନ ଭାବେ କରାଯିବ ।