
ଭୁବନେଶ୍ୱର– ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଲୋକଙ୍କ ଜନ କଲ୍ୟାଣ କାମ କରିବା ରେ ତତ୍ପର । ଓଡ଼ିଶା ରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ରେ ବିକାଶ ଆଡ଼କୁ ଗତି କରୁଛି । ଶିକ୍ଷା ସ୍ୱାସ୍ଥ୍ୟ ଜଳ ସେଚନ ରୋଜଗାର ମହିଳା ସଶକ୍ତିକରଣ ୨୫ ଲକ୍ଷରୁ ଅଧିକ ଲକ୍ଷ ପତି ଦିଦି କରିବା ବିଭିନ୍ନ କାର୍ଯ୍ୟରେ ସରକାର ସକ୍ଷମ ଅଛନ୍ତି। ବିଜେପି ସରକାରରେ ଯେଉଁ ଭଳି କାମ ହେଉଛି ତାହା ପୂର୍ବରୁ ଅନ୍ୟ ସରକାର ସମୟରେ ହୋଇ ନ ଥିଲା ବୋଲି କହିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ।
ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଓ ନିଗମ ଅଧ୍ୟକ୍ଷ ଚୟନ ପ୍ରସଙ୍ଗ ରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ , କମିଟି ଗୁଡିକର ରିପୋର୍ଟ ଓ ରାଜ୍ୟ କ୍ୟାବିନେଟ ଓ ବିଧାୟକ ଦଳର ବୈଠକ ନିଷ୍ପତି ଆଧାରରେ ଖୁବ୍ ଶୀଘ୍ର ନିଷ୍ପତି କରାଯିବ । ସଭାପତି ଚୟନ ଦଳୀୟ ନିଷ୍ପତି । କେନ୍ଦ୍ର ନେତୃତ୍ୱ ନିଷ୍ପତି ଆଧାରରେ ସଭାପତି ନିଯୁକ୍ତ ହେବେ। କେନ୍ଦ୍ରର ଫୋକସ ରେ ଓଡ଼ିଶା ରହିଛି । ତେଣୁ ଓଡ଼ିଶାକୁ କିଭଳି ବିକାଶର ଗତି ଆଗକୁ ବଢିବ ସେ ଦିଗରେ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।
ସେହିପରି କିଟ୍ ଛାତ୍ରୀ ମୃତ୍ୟୁ ଘଟଣା ରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ, କିଟ୍ ବିଶ୍ୱବିଦ୍ୟାଳୟରେ ବାରମ୍ବାର ଯେଉଁ ଘଟଣା ଘଟୁଛି ଏହା ଏକ ଅଭାବନୀୟ ଘଟଣା। କିଟ୍ ରେ କିଭଳି ପରିଚାଳନା ହେଉଛି ଲୋକେ ଜାଣି ସାରିଲେଣି। ପୂର୍ବରୁ ଯେଉଁ ଟ୍ରେଣ୍ଡ ଚାଲିଥିଲା ସେଥିରେ ନିଶ୍ଚିତ ଭାବରେ ସୁଧାର ହେବ।
ଦୀଘା ରେ ଜଗନ୍ନାଥ ମନ୍ଦିର ପ୍ରସଙ୍ଗ ରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ , ଓଡ଼ିଶା ପାଇଁ ଏକ ନିନ୍ଦନୀୟ ଘଟଣା। ଭଗବାନଙ୍କ ୪ ଟି ଧାମ ଅଛି। ସେଥି ମଧ୍ୟରୁ ପୁରୀ ଅନ୍ୟତମ। କିନ୍ତୁ ଆଉ ଏକ ନୂଆ ଧାମ କିଭଳି କଲେ ତାହା ସେମାନେ ହିଁ କହିପାରିବେ।