
ଭୁବନେଶ୍ୱର– ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ରଖିଛନ୍ତି। ମମତା ବାନାର୍ଜୀଙ୍କ ନାଁ ନନେଇ ସେ କହିଛନ୍ତି ଯିଏ ହିନ୍ଦୁ ସଂସ୍କୃତି, ପରମ୍ପରା ସହ ଛେଡଖାନି କରିବ, ତାର ଫଳ ସେ ଭୋଗିବ।
ଆମେ ସମସ୍ତେ ଜାଣିଛେ ପ୍ରଭୁ ଜଗନ୍ନାଥଙ୍କ ଧାମ କେଉଁଠି ଅଛି। କେଉଁ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ୱ ନୁହେଁ, ଯେ କେଉଁଠି ଧାମ ତିଆରି କରିବା କି କେଉଁଠି ଶଙ୍କରାଚାର୍ଯ୍ୟଙ୍କୁ ରଖିବା କି କେଉଁ ସମୁଦ୍ରକୁ ନାମକରଣ କରିବା। ଏଥିପାଇଁ ହିନ୍ଦୁ ସଂସ୍କୃତିରେ ଅଲଗା ପରମ୍ପରା ଅଛି । ହିନ୍ଦୁ ସଂସ୍କୃତି, ପରମ୍ପରାକୁ ଯିଏ ଯେବେ ଛେଡଖାନି କରିଛି, ସିଏ ତାର ଫଳ ଭୋଗିଛି । ଏବେ ଯିଏ ଛେଡଖାନି କରୁଛି, ସିଏ ତାର ଫଳ ଭୋଗିବ ଅପେକ୍ଷା କରନ୍ତୁ ।