
ଜୟପୁର– ଛିଣ୍ଡାନଇ ସାହିତ୍ୟ୍ ସଂସଦ କଟକ ଓ ଜୟପୁର ଶାଖାର ବାର୍ଷିକ ଉତ୍ସବ କବି କୃଷ୍ଣ ଚନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଜୟପୁର ଲୋକେଶ୍ଵରୀ କମୁନିଟି ହୋଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ବରିଷ୍ଠ ସାହିତ୍ୟିକ ଡ. ସୁରେଶ ଦାଶ ମୁଖ୍ୟଅତିଥି, ଆଦିବାସୀ ଭାଷାର ଗବେଷକ ଡଃ. ରାଜେନ୍ଦ୍ର ପାଢି ମୁଖ୍ୟବକ୍ତା ଏବଂ ଅଧ୍ୟାପକ ଡଃ. ସୁଧାଂଶୁ ଶେଖର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ସଂସଦର ସମ୍ପାଦକ ଯୁଧିଷ୍ଠିର ମଲ୍ଲିକ ବିବରଣୀ ପାଠ କରିଥିଲେ l ସଭା ଆରମ୍ଭରେ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଅର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ ପରେ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଦ୍ଵାରା ମୃତ୍ଯୁବରଣ କରିଥିବା ବ୍ୟକ୍ତି ମାନଙ୍କ ପାଇଁ ଦୁଇ ମିନିଟ୍ ଶୋକ ପ୍ରାର୍ଥନା କରାଯାଇଥିଲା l ସଂସଦର ସହ ସମ୍ପାଦକ ତଥା କବି ଓ ପ୍ରକାଶକ ପ୍ରକାଶ ମହାନନ୍ଦିଆ ଅତିଥି ମାନଙ୍କୁ ଆହ୍ଵାନ କରିଥିବା ବେଳେ କବୟତ୍ରୀ ସୌଭାଗିନୀ ନନ୍ଦ ଅତିଥି ପରିଚୟ କରିଥିଲେ l ବିଶ୍ବରୂପା ଦାସ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ l ଏହି ଅବସରରେ ସଂସଦ ର ମୁଖପତ୍ର ଶୁଭ୍ରାଶ୍ରି ପତ୍ରିକା ଉନ୍ମୋଚନ ହୋଇଥିଲା। ଅନୁଷ୍ଠିତ ସଭା ରେ ବକ୍ତା ମାନେ ସାଂପ୍ରତିକ ସ୍ଥିତି ରେ ସାହିତ୍ୟ ର ଭୂମିକା ଉପରେ ଆଲୋଚନା କରିଥଲେ।
ବୈରାଗୀ ଚରଣ ସାହୁ, ବିଜୟଲକ୍ଷ୍ମୀ ପାଣିଗ୍ରାହୀ, ପ୍ରମୋଦ ରାଉଳ, ଅଶୋକ ପଲେଇ, ଭାବ ଚନ୍ଦ୍ରିକା ଦେବୀ, ଅଜୟ ମଲ୍ଲିକ, ଡୋଲି ନାୟକ, ନାରାୟଣ ସଗର, ଘାସିରାମ ମହାପାତ୍ର, ଶୁଭଶ୍ରୀ ପଟ୍ଟନାଏକ, ରାଜଶ୍ରୀ ସ୍ୱାଇଁ, ଅଭିଳାଷ ସାନ୍ତ୍ରାପାତ୍ର, ଶୁଭଶ୍ରୀ ହୋତା, ସଂଘମିତ୍ରା ଭୁକ୍ତା
ପ୍ରମୁଖ କବି ଓ କବୟତ୍ରୀ କବିତା ପାଠୋତ୍ସବରେ କବିତା ପାଠ କରିଥିଲେ l ଏହି ସଭାରେ ନିରଞ୍ଜନ ପାଣିଗ୍ରାହୀ, ସନ୍ତୋଷ ନାୟକ, ନିକୁଞ୍ଜ ରଞ୍ଜନ ମହାନ୍ତି ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ l କବି ଆଲୋକ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l