
ଭୁବନେଶ୍ୱର– ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସନାତନ ଧର୍ମର ପ୍ରାଣଧାର, ଅଦ୍ୱୈତ ବେଦାନ୍ତର ପ୍ରଣେତା, ମହାନ ଦାର୍ଶନିକ ଏବଂ ପରମ ବିଦ୍ୱାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ।
ଆଦି ଶଙ୍କରାଚାର୍ଯ୍ୟ କେବଳ ଭାରତୀୟ ଦର୍ଶନକୁ ଏକ ନୂଆ ଦିଗ ଦେଇନଥିଲେ ବରଂ ସମସ୍ତ ଭାରତବର୍ଷରେ ଚାରି ପୀଠର ସ୍ଥାପନା କରି ସନାତନ ଧର୍ମର ଅଖଣ୍ଡ ଜ୍ୟୋତିକୁ ପ୍ରଜ୍ଜ୍ୱଳିତ କରିଥିଲେ । ତାଙ୍କ ଅହଂ ବ୍ରହ୍ମାସ୍ମିର ଉଦ୍ଦେଶ୍ୟ ସଂପୂର୍ଣ୍ଣ ମାନବ ଜାତିକୁ ଆତ୍ମବୋଧ ଏବଂ ବ୍ରହ୍ମାଜ୍ଞାନ ଅଭିମୁଖେ ପ୍ରେରିତ କରିଥାଏ । ଆସନ୍ତୁ ଆଜି ତାଙ୍କ ସିଦ୍ଧାନ୍ତ ଓ ଶିକ୍ଷାକୁ ଆତ୍ମସାତ କରି ଜୀବନରେ ବାସ୍ତବ ଅର୍ଥରେ ଆଧ୍ୟାତ୍ମ ଏବଂ ଧର୍ମର ମାର୍ଗ ଆପଣାଇବା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।